ଆକାଶରୁ ଖସୁଛି ମୃତ୍ୟୁ: ୩ ବର୍ଷରେ ନେଲାଣି ୧,୨୫୬ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶରୁ ଖସୁଛି ମୃତ୍ୟୁ। ରାଜ୍ୟରେ ବିପତ୍ତି ସାଜିଛି ବଜ୍ରପାତ। ବଜ୍ରପାତରେ ୨ ଦିନରେ ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଜଣଙ୍କ ମୃତ୍ୟୁ ହେଲାଣି। ଖାଲି ମଣିଷ ନୁହଁନ୍ତି, ଗୃହପାଳିତ ପଶୁ ମଧ୍ୟ ବାଦ୍ ପଡୁନାହାନ୍ତି ପ୍ରକୃତିର ଏହି କୋପରୁ। ସରକାରୀ ତଥ୍ୟ ଅନୁସାରେ, ଗତ ୩ ବର୍ଷରେ ବଜ୍ରପାତରେ ରାଜ୍ୟରେ ୧,୨୫୬ ଜଣଙ୍କ ଜୀବନ ଯାଇଛି। କେବଳ ୨୦୧୮-୧୯ରେ ବଜ୍ରପାତରେ  ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୩୦ଜଣଙ୍କର ଓ ବାଲେଶ୍ୱରରେ […]

7lightning

Manoranjan Sial
  • Published: Thursday, 06 June 2019
  • , Updated: 06 June 2019, 09:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶରୁ ଖସୁଛି ମୃତ୍ୟୁ। ରାଜ୍ୟରେ ବିପତ୍ତି ସାଜିଛି ବଜ୍ରପାତ। ବଜ୍ରପାତରେ ୨ ଦିନରେ ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଜଣଙ୍କ ମୃତ୍ୟୁ ହେଲାଣି। ଖାଲି ମଣିଷ ନୁହଁନ୍ତି, ଗୃହପାଳିତ ପଶୁ ମଧ୍ୟ ବାଦ୍ ପଡୁନାହାନ୍ତି ପ୍ରକୃତିର ଏହି କୋପରୁ। ସରକାରୀ ତଥ୍ୟ ଅନୁସାରେ, ଗତ ୩ ବର୍ଷରେ ବଜ୍ରପାତରେ ରାଜ୍ୟରେ ୧,୨୫୬ ଜଣଙ୍କ ଜୀବନ ଯାଇଛି। କେବଳ ୨୦୧୮-୧୯ରେ ବଜ୍ରପାତରେ  ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୩୦ଜଣଙ୍କର ଓ ବାଲେଶ୍ୱରରେ ୯୫ ଜଣଙ୍କର ବଜ୍ରପାତରେ ଜୀବନ ଯାଇଛି।

କାହିଁକି ଘାତକ ସାଜୁଛି ବଜ୍ରପାତ?

ପାଣିପାଗ ବିଜ୍ଞାନୀଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଓ ଅନିୟମିତ ମୌସୁମୀ ହିଁ ଏହାର ମୁଖ୍ୟ କାରଣ। ସାଧାରଣତଃ ଓଡ଼ିଶାରେ ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ବଜ୍ରପାତ ହୋଇଥାଏ। ତେବେ ଜୁଲାଇ ଓ ଅଗଷ୍ଟ ମାସରେ ବଜ୍ରପାତ ପରିମାଣ ଅଧିକ ଥାଏ। ବିଗତ ବର୍ଷମାନଙ୍କ ଅପେକ୍ଷା ଏଥର ବଜ୍ରପାତ ଅଧିକ ଘାତକ ସାଜିଛି। ଏହାର ପ୍ରଭାବ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବେଶୀ ହୋଇଛି। ଗରମ ସାଙ୍ଗକୁ ସମୁଦ୍ରରୁ ଆସୁଥିବା ଜଳୀୟ ବାଷ୍ପ ହଠାତ୍ ମିଶି ହାନିକାରକ ବଜ୍ରପାତ ସୃଷ୍ଟି କରୁଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ।

Related story