ତୁଟିଲା ବିବାଦ, ଆଗକୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଲିଙ୍ଗରାଜଙ୍କ ନୀତିକାନ୍ତିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। ନୀତି ବିଭ୍ରାଟ୍‌ ପ୍ରସଙ୍ଗରେ ଏଡିଏମଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିବାଦର ସମାଧାନ ହୋଇଛି । ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗର କର୍ମକର୍ତ୍ତାମାନେ ବୈଠକରେ ଯୋଗ ଆଲୋଚନା କରିବା ପରେ ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତ ନିଯୋଗ ମାନିଛନ୍ତି। ଆଗକୁ ନୀତିକାନ୍ତି ବନ୍ଦ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ମୁଖ୍ୟ ତଥା ଏଡିଏମ ମନୋଜ କୁମାର ମହାନ୍ତି ସୂଚନା […]

LingrajTemple-a

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 10:34 PM IST

ଭୁବନେଶ୍ୱର: ଲିଙ୍ଗରାଜଙ୍କ ନୀତିକାନ୍ତିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। ନୀତି ବିଭ୍ରାଟ୍‌ ପ୍ରସଙ୍ଗରେ ଏଡିଏମଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିବାଦର ସମାଧାନ ହୋଇଛି । ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ ଓ ପୂଜାପଣ୍ଡା ନିଯୋଗର କର୍ମକର୍ତ୍ତାମାନେ ବୈଠକରେ ଯୋଗ ଆଲୋଚନା କରିବା ପରେ ନିଆଯାଇଥିବା ନିଷ୍ପତ୍ତିକୁ ସମସ୍ତ ନିଯୋଗ ମାନିଛନ୍ତି।

ଆଗକୁ ନୀତିକାନ୍ତି ବନ୍ଦ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ମୁଖ୍ୟ ତଥା ଏଡିଏମ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଯଦି କୌଣସି ନିଯୋଗ କର୍ମକର୍ତ୍ତାଙ୍କ ଅସୁବିଧା ଥାଏ ତେବେ ୮ଦିନ ପୂର୍ବରୁ ଜଣେଇବାକୁ ମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦିଆଯାଇଛି।

Related story