ବେକରେ ଛୁରି ଓ ମୁଣ୍ଡରେ ବନ୍ଧୁକ ଲଗାଇ ଦୋକାନୀଙ୍କୁ ମାଡ଼ିବସିଲେ, ଦେଖନ୍ତୁ ଭିଡିଓ

ଢେଙ୍କାନାଳ:(ଓଡ଼ିଶା ରିପୋର୍ଟର):  ସିସିଟିଭିରେ ଲୁଟ୍‌ର ଲାଇଭ୍‌ ଚିତ୍ର। ଦୋକାନୀଙ୍କୁ  ଆକ୍ରମଣ କରି ଲୁଟ୍ ।  ଛୁରି  ଭୁଜାଲି ସହ ହାତରେ ରହିଛି ବନ୍ଧୁକ। ଦୋକାନୀଙ୍କୁ ମାଡ଼ି ବସୁଛନ୍ତି ଏକାଧିକ ବ୍ୟକ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭାଲୁମୁଣ୍ଡା ଛକରେ ଘଟିଛି ଏମିତି ଏକ ଚାଞ୍ଚଲ୍ୟକର ଘଟଣା।  ଏକ ରାସନ ଦୋକାନରୁ ଲୁଟ୍‌ପାଟ କରିଛନ୍ତି ଦୁର୍ବୃତ୍ତ। ଦୋକାନୀ କ୍ଷୀରୋଦ ସାହୁ, ତାଙ୍କ ପତ୍ନୀ ଓ ସାନ ଭାଇଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ମାରଣାସ୍ତ୍ରରେ ଆକ୍ରମଣ କରି ୩୦ ହଜାର ଟଙ୍କା ଲୁଟିଛନ୍ତି। ଏଥିସହ କ୍ଷୀରୋଦଙ୍କ ପତ୍ନୀଙ୍କର ଏକ ସୁନା ଚେନ୍ ମଧ୍ୟ ଲୁଟିଛନ୍ତି।  ଗତକାଲି ରାତି ୯ଟା ବେଳେ ଏହି ଲୁଟ୍ ହୋଇଛି। ଡକାୟତମାନେ ଲୁଟ୍ କରି ସିସିଟିଭି ହାର୍ଡଡିସ୍କ ନେଇ ପଳାଇଥିଲେ । ତେବେ ଲୋକମାନେ ଆସିଯିବାରୁ ଗୋଟିଏ ବାଇକ୍ ଛାଡି ପଳାଇଥିଲେ।  ଆଜି ଗାଁ ପାଖରେ ପଡିଥିବା ହାର୍ଡଡିସ୍କ ମିଳିବା ପରେ ଘଟଣା ଜଣାପଡିଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଡକାୟତ ମାନଙ୍କୁ ଧରିବାକୁ ତନାଘନା କରୁଛି।