ପୁରୀ(ଓଡ଼ିଶା ରିପୋର୍ଟର) : ଶ୍ରୀମନ୍ଦିରର ୭୫ ମିଟର ପରିଧି ଭିତରେ ଆସୁଥିବା ଜାଗା ମଧ୍ୟରୁ ୭୫ ପ୍ରତିଶତ ଘରୋଇ ଜମିକୁ ଲୋକେ ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିଛନ୍ତି। ଫଳରେ ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ଭାବେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି।
ଲୋକଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏପଟେ ବିସ୍ଥାପିତଙ୍କ ଲାଗି ଥିବା ଅତିରିକ୍ତ ପ୍ରୋତ୍ସାହନ ରାଶିର ବ୍ୟବସ୍ଥାର ସମୟ ଅବଧି ଗତକାଲିଠୁ ସରିଛି। ଶ୍ରୀମନ୍ଦିର ସୁରକ୍ଷାବଳୟ ଭିତରେ ଆସୁଥିବ ବିସ୍ଥାପିତ ପରିବାରଙ୍କ ପାଇଁ ଥଇଥାନ ପ୍ୟାକେଜ ସହ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ଥିଲା। ମାତ୍ର ଆଜିଠୁ ବିସ୍ଥାପିତମାନେ ଏଭଳି ସୁବିଧା ପାଇପାରିବେ ନାହିଁ। ଗତକାଲି ଶେଷ ଦିବସ ଥିବାରୁ ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତଙ୍କ ଭିଡ଼ ଲାଗିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜ୍ୟରେ ଗଠନ ହେବ ଅଧିକ ନୂଆ ବ୍ଲକ୍: ରାଜସ୍ୱ ମନ୍ତ୍ରୀ
ରାଜ୍ୟରେ ଶେଷଥର ପାଇଁ ୧୯୮୪ ମସିହାରେ ବ୍ଲକ ପୁନର୍ଗଠନ ହୋଇଥିଲା। ଏବେ ଲୋକସଂଖ୍ୟା ବୃଦ୍ଧି ଓ ପ୍ରଶାସନକୁ ନିକଟତର କରାଇବା ପାଇଁ ଅଧିକ ବ୍ଲକର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
Politics
ଫସଲ କ୍ଷତି: ଆସନ୍ତାକାଲି ଜିଲ୍ଲା ବୁଲିବେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, ୩୦ରେ ଯିବେ ନବୀନ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କରିବା ପରେ ଆସନ୍ତାକାଲି ଜିଲ୍ଲା ଗସ୍ତରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Miscellaneous
କୋଟିଏ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି
ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ। ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ।
Miscellaneous
‘ନୂଆବର୍ଷରେ ଫୁଲଟିଏ ବଦଳରେ ଗଛଟିଏ ଉପହାର ଦିଅନ୍ତୁ’
ଆଜି ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଫୁଲ ବଦଳରେ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ପରିବେଶ ପାଇଁ ଗଛଟିଏର ପ୍ରମୁଖ ଭୂମିକା ରହିଛି। ଆଜିକାଲି ରାସ୍ତା ପ୍ରଶସ୍ତିକରଣ ଓ ବିଭିନ୍ନ ଉନ୍ନତିକରଣ ନାଁରେ ଅନେକ ବଡ଼ ବଡ଼ ଗଛକୁ କଟା ଯାଉଛି।