୧୫ ସୂତାକଳରେ ତାଲା: ଖୋଲିବାକୁ ସରକାରଙ୍କ ଜୁ’ ପାଉନି

ଭୁବନେଶ୍ୱର(ପ୍ରକାଶ ସେଠୀ):  ରାଜ୍ୟରେ କୋଟିକୋଟି ଟଙ୍କାର ପୁଞ୍ଜିନିବେଶ ହେଉଛି ବୋଲି ବାହାସ୍ଫୋଟ ମାରୁଥିବା ନବୀନ ପଟ୍ଟନାୟକ ସରକାର ବନ୍ଦ ପଡ଼ିଥିବା ୧୫ଟି ସୂତାକଳକୁ ଗତ ଏକ ଦଶନ୍ଧି ପରେ ବି କାର୍ଯ୍ୟକ୍ଷମ କରିବାରେ ସକ୍ଷମ ହୋଇପାରିନାହାନ୍ତି କରୋନା ମହାମାରୀଜନିତ ଲକଡାଉନ୍ ଓ ଶଟଡାଉନବେଳେ ଗୁଜୁରାଟ, ତାମିଲନାଡ଼ୁ ଓ କେରଳରେ ସୂତାକଳରେ କାମ କରୁଥିବା ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଓଡ଼ିଆମାନେ ଯେଭଳି ଦୟନୀୟ ସ୍ଥିତିରେ ରାଜ୍ୟକୁ ଫେରିଥିଲେ, ତାହାବି ରାଜ୍ୟ ସରକାରଙ୍କ ସଦବୁଦ୍ଧି ଉଦୟ କରାଇପାରିନି। ଯେଉଁଥିପାଇଁ ଏସବୁ […]

590

590

Tapas Behera
  • Published: Monday, 05 October 2020
  • Updated: 05 October 2020, 10:21 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ):  ରାଜ୍ୟରେ କୋଟିକୋଟି ଟଙ୍କାର ପୁଞ୍ଜିନିବେଶ ହେଉଛି ବୋଲି ବାହାସ୍ଫୋଟ ମାରୁଥିବା ନବୀନ ପଟ୍ଟନାୟକ ସରକାର ବନ୍ଦ ପଡ଼ିଥିବା ୧୫ଟି ସୂତାକଳକୁ ଗତ ଏକ ଦଶନ୍ଧି ପରେ ବି କାର୍ଯ୍ୟକ୍ଷମ କରିବାରେ ସକ୍ଷମ ହୋଇପାରିନାହାନ୍ତି

କରୋନା ମହାମାରୀଜନିତ ଲକଡାଉନ୍ ଓ ଶଟଡାଉନବେଳେ ଗୁଜୁରାଟ, ତାମିଲନାଡ଼ୁ ଓ କେରଳରେ ସୂତାକଳରେ କାମ କରୁଥିବା ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଓଡ଼ିଆମାନେ ଯେଭଳି ଦୟନୀୟ ସ୍ଥିତିରେ ରାଜ୍ୟକୁ ଫେରିଥିଲେ, ତାହାବି ରାଜ୍ୟ ସରକାରଙ୍କ ସଦବୁଦ୍ଧି ଉଦୟ କରାଇପାରିନି। ଯେଉଁଥିପାଇଁ ଏସବୁ ସୂତାକଳକୁ ଉତ୍ପାଦନକ୍ଷମ କରିବା ନିମନ୍ତେ ଏବେ କୌଣସି ପ୍ରସ୍ତାବ ନାହିଁ ବୋଲି ଅତ୍ୟନ୍ତ ସମ୍ବେଦନହୀନ ଭଳି ଉତ୍ତର ଦେବାକୁ ସରକାର କୁଣ୍ଠାବୋଧ କରିନାହାନ୍ତି। ଏପରିକି ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବନ୍ଦ ପଡ଼ିଥିବା ସୂତାକଳ ଯଥାକ୍ରମେ ଗୋପୀନାଥ ବୁଣାକାର ସମବାୟ ସୂତାକଳ ଓ ଶାରଳା ବୁଣାକାର ସମବାୟ ସୂତାକଳକୁ କାହିଁକି ଉତ୍ପାଦନକ୍ଷମ କରାଯାଉନି ବୋଲି ବିରୋଧୀ ଦଳ ପ୍ରସଙ୍ଗ କରିପାରେ ବୋଲି ଜଣାପଡ଼ିଛି। ୨୦୧୬ ମସିହାରେ ଓଡ଼ିଶା ପୋଷାକ ନୀତି ପ୍ରଣୟନ କରି ନବୀନ ସରକାର ଏହାକୁ ପରବର୍ତ୍ତୀ ସମୟରେ ଭୁଲି ଯାଇଥିବା ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ୍ ମିଲକୁ ମିଶାଇ ରାଜ୍ୟରେ ମୋଟ ୧୫ଟି ସୂତାକଳ ପ୍ରତିଷ୍ଠା ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଭାବେ ୨ଟି, କେନ୍ଦ୍ର ସରକାରଙ୍କ ଅଧୀନରେ ଗୋଟିଏ, ସମବାୟଭିତ୍ତିକ ୭ଟି ସୂତାକଳ ଓ ୫ଟି ଘରୋଇ ସୂତାକଳ ରହିଥିଲା। ମାତ୍ର ଏହି ସମସ୍ତ ସୂତାକଳକୁ ପିପିପି ମୋଡରେ ହେଉ ଅବା ନିଜସ୍ୱ ପୁଞ୍ଜିରେ ପୁନଃ ଉତ୍ପାଦନକ୍ଷମ କରିବା ନିମନ୍ତେ ନବୀନ ପଟ୍ଟନାୟକ ସରକାର ଗତ ୨୦ବର୍ଷ ମଧ୍ୟରେ ସାମାନ୍ୟତମ ଆନ୍ତରିକତା ଦେଖାଇନାହାନ୍ତି।

ଯଦିଓ ଗତ ୫ବର୍ଷ ମଧ୍ୟରେ ୭୯ଟି ଶିଳ୍ପମେଳା ଆୟୋଜନ କରି ୬ଲକ୍ଷ ୨୬ହଜାର ୩୫୯କୋଟି ଟଙ୍କାର ୨୮୬ଟି ପୁଞ୍ଜିନିବେଶ ପ୍ରସ୍ତାବ ଓଡ଼ିଶା ନିମନ୍ତେ ସଂଗ୍ରହ କରିପାରିଛନ୍ତି ବୋଲି ରାଜ୍ୟ ସରକାର ବାହାସ୍ଫୋଟ ମାରୁଛନ୍ତି। ଏହି ପ୍ରସ୍ତାବ ମଧ୍ୟରୁ ୫ଲକ୍ଷ ୨୮ହଜାର ୬୦୯କୋଟି ଟଙ୍କାର ୨୧୨ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମଧ୍ୟ ମିଳିସାରିଛି। କିନ୍ତୁ ଓଡ଼ିଶା ବାହାରେ ୫୫ଟି ଶିଳ୍ପ ମେଳା ଆୟୋଜନ କରି ପୁଞ୍ଜିନିବେଶକଙ୍କୁ ରାଜ୍ୟକୁ ଆକୃଷ୍ଟ କରିବାବେଳେ ଓଡ଼ିଶାରେ ବନ୍ଦ ପଡ଼ିଥିବା ଏସବୁ ସୂତାକଳଗୁଡ଼ିକ କିଭଳି ଉତ୍ପାଦନକ୍ଷମ ହୋଇପାରିବ ସେ ନେଇ ଆଗ୍ରହ ଦେଖାଇ ନାହାନ୍ତି। ଏସବୁ ସୂତାକଳ କାର୍ଯ୍ୟକ୍ଷମ ହେଲେ ଅତିକମରେ ୧ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ସମ୍ଭାବନା ଥିଲେ ମଧ୍ୟ ନବୀନ ପଟ୍ଟନାୟକ ସରକାର ସେଥିପ୍ରତି ଦୃଷ୍ଟି ଦେଇନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ରୁ ୪ଲକ୍ଷ ଲୋକ ଗୁଜୁରାଟର ସୁରଟ ସହରରେ ଥିବା ସୂତାକଳଗୁଡ଼ିକରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ନିଜ ରାଜ୍ୟରେ ରୋଜଗାର ଦେବା ନେଇ ମୁଖ୍ୟମନ୍ତ୍ରୀ ବି ନିଜେ ଆନ୍ତରିକତା ଦେଖାଇ ନଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନିଜେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ରହି ସମ୍ପୃକ୍ତ ଜିଲ୍ଲାର ଲୋକମାନେ ସୁରଟରେ ଦୟନୀୟ ସ୍ଥିତିରେ ସୂତାକଳରେ କାମ କରୁଥିବାର ଅଭିଜ୍ଞତା ହାସଲ କରିଥିଲେ ମଧ୍ୟ ଓଡ଼ିଶାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ଏସବୁ ସୂତାକଳକୁ କାହିଁକି ଉତ୍ପାଦନକ୍ଷମ କରିବାକୁ ସରକାରୀସ୍ତରରେ ପ୍ରୋତ୍ସାହନ ଯୋଗାଉନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଓଡ଼ିଶା ସରକାରଙ୍କ ମାଲିକାନାରେ ଥିବା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ ମିଲ, ଝାରସୁଗୁଡ଼ାସ୍ଥିତ ଭାସ୍କର ଟେକ୍ସଟାଇଲ୍ ମିଲ, କେନ୍ଦ୍ରସରକାରଙ୍କ ଅଧୀନରେ ଓଡ଼ିଶା କଟନ୍ ମିଲ , ରାଜ୍ୟର ସମବାୟଭିତ୍ତିକ ସୂତାକଳ ଭାବେ ସ୍ଥାପିତ ହୋଇଥିବା ବରଗଡ଼ସ୍ଥିତ ଓଡ଼ିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳସ୍ଥିତ କଳିଙ୍ଗ ବୁଣାକାର , ବାଲେଶ୍ୱରସ୍ଥିତ ଗୋପୀନାଥ ବୁଣାକାର , ତିର୍ତ୍ତୋଲସ୍ଥିତ ଶାରଳା ବୁଣାକାର , ଆଠଗଡ଼ସ୍ଥିତ ଶ୍ରୀଜଗନ୍ନାଥ ବୁଣାକାର , ଖୋର୍ଦ୍ଧାସ୍ଥିତ ଉତ୍କଳ ବୁଣାକାର ଓ କଳାହାଣ୍ଡିର କେସିଙ୍ଗାସ୍ଥିତ କୋଣାର୍କ କପା ଉତ୍ପାଦନକାରୀ ସମବାୟ ସୂତାକଳରୁ ଉତ୍ପାଦନ କାର୍ଯ୍ୟ ବନ୍ଦ ରହିଛି । କେବଳ କେସିଙ୍ଗାସ୍ଥିତ ସମବାୟ ସୂତାକଳରେ ତୁଳାଭିଣା କାର୍ଯ୍ୟ ଜାରି ରହିଛି ।

ସେହିପରି ସରକାରୀ ପ୍ରୋତ୍ସାହନ ଅଭାବରୁ ସୁନ୍ଦରଗଡ଼ର ଅଶୋକ ସିନ୍ଥେଟିକ୍ ଲିଃ, ସୋନପୁରର ବାଲାଜୀ ସ୍ପିନର ପ୍ରାଃ ଲିଃ, ବାରିପଦାର କ୍ରିଷ୍ଣା କ୍ଲୋରେଟ ପ୍ରାଃ, ଆସିକାସ୍ଥିତ ଜର୍ଜ ଡିଷ୍ଟ୍ରିବ୍ୟୁଟର ପ୍ରାଃ ଓ ରାଜଗାଙ୍ଗପୁରସ୍ଥିତ ଓଡ଼ିଶା ସ୍ପିନିଙ୍ଗ ମିଲ୍ ଏବେ ଅକାମୀ ହୋଇପଡ଼ିରହିଛି।
ରାଜ୍ୟ ସରକାର ଯଦି ବ୍ୟାଙ୍କ ଗ୍ୟାରେଣ୍ଟି ସହ କଂଚାମାଲ ଓ ଅନ୍ୟାନ୍ୟ ଭିତ୍ତିଭୂମି ସବସିଡି ପ୍ରଦାନ କରି ଏସବୁ ସୂତାକଳର ପୁନରୁଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତେ ତା’ହେଲେ ରାଜ୍ୟର ଲକ୍ଷାଧିକ ଲୋକଙ୍କୁ ଆଉ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ପଡ଼ନ୍ତା ନାହିଁ।
ରାଜ୍ୟର ପ୍ରାକୃତିକ ସମ୍ପଦକୁ ଲୁଟ୍ କରୁଥିବା ଖଣି ମାଫିଆ ଓ ଇସ୍ପାତ କମ୍ପାନୀଗୁଡ଼ିକୁ କଂଚାମାଲ ଯୋଗାଣରେ ସବସିଡି ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଥିବା ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କର କେବେ ସଦବୁଦ୍ଧି ଉଦୟ ହେବ ଓ ସୂତାକଳ ଶିଳ୍ପକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଗରିବ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବାର ବ୍ୟବସ୍ଥା କରିବେ ତାକୁ ନେଇ ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story