ଷ୍ଟ୍ରଙ୍ଗ୍‌ ରୁମ୍ ତାଲା ଭାଙ୍ଗିଲା ବେଳେ ବାଜିଲା ସାଇରାନ୍‌

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଆଜ୍‌ବେଷ୍ଟସ୍‌ ଭାଙ୍ଗି ବ୍ୟାଙ୍କ୍ ଭିତରେ ପଶିଥିଲେ। ତା’ପରେ ସେମାନେ ଷ୍ଟ୍ରଙ୍ଗ୍‌ ରୁମ୍ ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ସେହି ସମୟରେ ବ୍ୟାଙ୍କର ସାଇରନ୍‌ ବାଜିଥିଲା। ତେଣୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସାଇରନ୍ ବାଜିବା ପରେ ବ୍ୟାଙ୍କ ନିକଟରେ ଥିବା ଟାଉନ୍‌ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଦୁର୍ବୃତ୍ତମାନେ ଫେରାର […]

bank

Jitendra Garnayak
  • Published: Monday, 24 June 2019
  • , Updated: 24 June 2019, 12:03 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଆଜ୍‌ବେଷ୍ଟସ୍‌ ଭାଙ୍ଗି ବ୍ୟାଙ୍କ୍ ଭିତରେ ପଶିଥିଲେ। ତା’ପରେ ସେମାନେ ଷ୍ଟ୍ରଙ୍ଗ୍‌ ରୁମ୍ ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ସେହି ସମୟରେ ବ୍ୟାଙ୍କର ସାଇରନ୍‌ ବାଜିଥିଲା। ତେଣୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।

ସାଇରନ୍ ବାଜିବା ପରେ ବ୍ୟାଙ୍କ ନିକଟରେ ଥିବା ଟାଉନ୍‌ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇ ସାରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଛାନ୍‌ଭିନ୍ କରିଛି। ପୁଲିସ୍ ଦୁର୍ବୃତ୍ତମାନଙ୍କୁ ଧରିବାକୁ ତଦନ୍ତ ଚଳାଇଛି।

ବ୍ୟାଙ୍କ ଶାଖା ପରିଚାଳକ ପ୍ରଫୁଲ କୁମାର ବେହେରା କହିଛନ୍ତି,“ଦୁର୍ବୃତ୍ତମାନେ ବ୍ୟାଙ୍କରୁ କିଛି ନେଇ ନାହାନ୍ତି। ସେମାନେ ଆଜ୍‌ବେଷ୍ଟସ୍ ଭାଙ୍ଗି ଭିତରେ ପଶିଥିଲେ। ସାଇରନ୍ ବାଜିବାରୁ ପଳାଇଲେ।”

ବ୍ୟାଙ୍କରେ କୌଣସି ରାତ୍ର ଜଗୁଆଳୀ ନାହାନ୍ତି ବୋଲି ଶାଖା ପରିଚାଳକ କହିଛନ୍ତି।

୨୦୧୬ ମସିହାରେ ବିମୁଦ୍ରାକରଣ ସମୟରେ ଏହି ବ୍ୟାଙ୍କରୁ ୧ କୋଟି ୧୮ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ଏହି ଘଟଣାରେ ୨ ଜଣ ବିହାରୀ ଡକାୟତଙ୍କୁ ପୁଲିସ୍ ଗିରଫ କରିଥିଲା।

Related story