ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ପୁଲିସ। ଅସଲି ଲୁଟ୍ । ରାଜଧାନୀରେ ମାତିଛନ୍ତି ଅନ୍ତରାଜ୍ୟ ନକଲି ପୁଲିସ ରାକେଟ୍ । ନିଜକୁ ପୁଲିସ ଓ କ୍ରାଇମବ୍ରାଂଚ୍ ଅଧିକାରୀ କହି ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ କରୁଛନ୍ତି ଏହି ଲୁଟେରା । ଗତକାଲି ଏଭଳି ଏକ ଲୁଟ୍ ହୋଇଥିବା ବେଳେ ପୁରା ଘଟଣା କଏଦ ହୋଇଛି ସିସିଟିଭିରେ । ବରିଷ୍ଠ ନାଗରିକଙ୍କୁ ଏକୁଟିଆ ଦେଖି ସେମାନଙ୍କୁ ଟାର୍ଗେଟ୍ କରାଯାଉଛି ।
ପୂର୍ବ ପ୍ରସ୍ତୁତି ମୁତାବକ ଆଗରେ ଲୁଟ୍ ହେଉଥିବା କହି ବରିଷ୍ଠ ନାଗରିକଙ୍କୁ ପିନ୍ଧିଥିବା ସୁନା ଅଳଙ୍କାର ବାହାର କରିଦେବାକୁ କହୁଛନ୍ତି ଲୁଟେରା। ଏହାପରେ ସେମାନଙ୍କ ସୁନା ଅଳଙ୍କାର ବଦଳରେ ପକେଟରେ ରଖିଥିବା ଗୋଡି ଗୁଡା କାଗଜ ପୁଡିଆକୁ ଦେଉଛନ୍ତି ବରିଷ୍ଠ ନାଗରିକ । ଏହା ଜାଣିବା ପୂର୍ବରୁ ସେଠରୁ ଚମ୍ପଟ ମାରୁଛନ୍ତି ଲୁଟେରା । ପୂର୍ବରୁ କଟକ, ବ୍ରହ୍ମପୁର, ଭୁବନେଶ୍ୱରରେ ଏହି ଢଙ୍ଗରେ ୧୦ଟି ଲୁଟ୍ ହୋଇସାରିଛି । ସାଦା ପୋଷାକରେ ନକଲି ପୁଲିସ ଏଭଳି ଲୁଟ୍ କରୁଥିବା ବେଳେ ସେମାନଙ୍କୁ ଧରିବା ପୋଲିସ ପାଇଁ ଚ୍ୟାଲେଂଜ ପାଲଟିଛି ।