ବ୍ୟବସାୟୀଙ୍କ ଘରୁ ସୁନା-ହୀରା ନେଇଗଲେ ଡକାୟତ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଟିଟିଲାଗଡ଼ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତୁଳସୀ  ଜୈନଙ୍କ ଘରୁ ୩୬ ଭରି ସୁନା, ୫ ଲକ୍ଷ ଟଙ୍କା ଓ ହୀରାର ୨ଟି  ହାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ସନ୍ଧନୀ କୁକୁର , ସାଇଣ୍ଟିଫିକ୍‌ ଟିମ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତୁଳସୀଙ୍କ କହିବା ଅନୁସାରେ ଗତକାଲି ପୁଅର ବିବାହ  ଟିଟିଲାଗଡରେ ଥିଲା। ତେଣୁ ପରିବାର ଲୋକଙ୍କୁ ନେଇ ସମସ୍ତେ ଟିଟିଲାଗଡକୁ ଯାଇଥିଲେ ଓ ସେଠି ବାହାଘର […]

8bn

8bn

Tapas Behera
  • Published: Saturday, 27 June 2020
  • Updated: 27 June 2020, 05:23 PM IST

Sports

Latest News

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଟିଟିଲାଗଡ଼ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତୁଳସୀ  ଜୈନଙ୍କ ଘରୁ ୩୬ ଭରି ସୁନା, ୫ ଲକ୍ଷ ଟଙ୍କା ଓ ହୀରାର ୨ଟି  ହାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ସନ୍ଧନୀ କୁକୁର , ସାଇଣ୍ଟିଫିକ୍‌ ଟିମ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତୁଳସୀଙ୍କ କହିବା ଅନୁସାରେ ଗତକାଲି ପୁଅର ବିବାହ  ଟିଟିଲାଗଡରେ ଥିଲା। ତେଣୁ ପରିବାର ଲୋକଙ୍କୁ ନେଇ ସମସ୍ତେ ଟିଟିଲାଗଡକୁ ଯାଇଥିଲେ ଓ ସେଠି ବାହାଘର ହୋଇଥିଲା।

ବିବାହ ସମ୍ପନ୍ନ ହେଲା ପରେ ବଙ୍ଗୋମୁଣ୍ଡା ସ୍ଥିତ ଘରକୁ ଫେରିଲା ବେଳେ ଘରର ମୁଖ୍ୟ ଗେଟ ଭାଙ୍ଗିଥିବା ଦେଖିଥିଲେ । ଘର ଭିତରକୁ ଗଲାପରେ ଜଣାପଡିଲା ଯେ, ଚୋରି ହୋଇଛି। ଘର କବାଟ ଭଙ୍ଗା ଯାଇଥିବା ବେଳେ ଘରେ ଥିବା ଟଙ୍କା , ସୁନା ଓ ହୀରା ଚୋରି ହୋଇଛି ।

ବଙ୍ଗୋମୁଣ୍ଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ  ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି  ତଦନ୍ତ ଜାରି ରଖିଥିବା କଣ୍ଟାବାଞ୍ଜି ପୁଲିସ ଏସଡିପିଓ   ସରୋଜ କୁମାର ମହାପାତ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos