ଭଦ୍ର ଲୋକ ଭଳି କବାଟ ବାଡ଼େଇଲେ, ଆଉ ତା’ପରେ...

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାତି ଅଧରେ ଘରେ ପଶିଲେ ଓ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଗୋଟିଏ ବାଇକ୍ ଲୁଟି ନେଲେ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ର ରାଉତରାପୁର ଗାଁରେ। ଗତକାଲି ବିଳମ୍ବିତ ରାତିରେ ୪ ଜଣ ଡକାୟତ ରାଉତରାପୁର ଗାଁର ସୁଶାନ୍ତ ମାହାର୍ଣ୍ଣାଙ୍କ ଘରେ ପଶିଥିଲେ। ସେ ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ଏହି ଡକାୟତମାନେ କବାଟ ବାଡ଼େଇ ଥିଲେ। ସୁଶାନ୍ତ କବାଟ […]

chori

Jitendra Garnayak
  • Published: Wednesday, 23 January 2019
  • , Updated: 23 January 2019, 09:16 AM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ରାତି ଅଧରେ ଘରେ ପଶିଲେ ଓ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଗୋଟିଏ ବାଇକ୍ ଲୁଟି ନେଲେ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ର ରାଉତରାପୁର ଗାଁରେ।

ଗତକାଲି ବିଳମ୍ବିତ ରାତିରେ ୪ ଜଣ ଡକାୟତ ରାଉତରାପୁର ଗାଁର ସୁଶାନ୍ତ ମାହାର୍ଣ୍ଣାଙ୍କ ଘରେ ପଶିଥିଲେ। ସେ ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ଏହି ଡକାୟତମାନେ କବାଟ ବାଡ଼େଇ ଥିଲେ। ସୁଶାନ୍ତ କବାଟ ଖୋଲିବା ମାତ୍ରେ ସେମାନେ ଘରେ ପଶି ଯାଇଥିଲେ।

୪ ଡକାୟତଙ୍କ ମଧ୍ୟରୁ ତିନି ଜଣଙ୍କ ପାଖରେ ବନ୍ଧୁକ ଥିଲା। ସେମାନେ ବନ୍ଧୁକ ଓ ଛୁରୀ ଦେଖାଇ ସୁଶାନ୍ତଙ୍କ ଘରେ ଥିବା ପ୍ରାୟ ୨୦ ଭରି ସୁନାଗହଣା ସହିତ ଲକ୍ଷେ ୩୦ ହଜାର ଟଙ୍କା ଲୁଟି ନେଇଥିଲେ।

ଘଟଣାସ୍ଥଳରେ ଦୁର୍ଗାଦେବୀ ଫାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ପୁଲିସ୍ ଆସି ତଦନ୍ତ କରିଛି।

Related story