ଖେଳଣା ବନ୍ଧୁକ ଦେଖାଇ ଫସିଗଲେ

ବାଲେଶ୍ୱର(ରଞ୍ଜିତ ପାକଳ): ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌ ପାଇଁ ଯୋଜନା କରୁଥିଲେ। ହେଲେ ତା’ପୂର୍ବରୁ ପୁଲିସ ଜାଲରେ ପସିଗଲେ ୯ ଡକାୟତ। ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି। ପୂରା ଘଟଣା ଏମିତି। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଫିରିଙ୍ଗିପାଟଣା ଗାଁର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଡ଼କାୟତି ପାଇଁ ଯୋଜନା କରୁଥିଲେ। ଡକାୟତମାନେ ଯୋଜନା କରୁଥିବା ବେଳେ ପୁଲିସ ଜାଣିପାରି ଅଚାନକ ଚଢ଼ଉ କରି ୯ ଜଣ […]

loot-in-balasore-town

Manoranjan Sial
  • Published: Monday, 25 March 2019
  • , Updated: 25 March 2019, 10:20 PM IST

ବାଲେଶ୍ୱର(ରଞ୍ଜିତ ପାକଳ): ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌ ପାଇଁ ଯୋଜନା କରୁଥିଲେ। ହେଲେ ତା’ପୂର୍ବରୁ ପୁଲିସ ଜାଲରେ ପସିଗଲେ ୯ ଡକାୟତ। ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି।

ପୂରା ଘଟଣା ଏମିତି। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଫିରିଙ୍ଗିପାଟଣା ଗାଁର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଡ଼କାୟତି ପାଇଁ ଯୋଜନା କରୁଥିଲେ। ଡକାୟତମାନେ ଯୋଜନା କରୁଥିବା ବେଳେ ପୁଲିସ ଜାଣିପାରି ଅଚାନକ ଚଢ଼ଉ କରି ୯ ଜଣ ଡକାୟତଙ୍କୁ ଗିରଫ କରିଥିଲା। ତେବେ ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିଲେ। ଗିରଫ ଅଭିଯୁକ୍ତମାନେ ଚନ୍ଦନ ମୁର୍ମୁ, ପିକୁନ ବେହେରା, ରଞ୍ଜିତ ବେହେରା, ସତ୍ୟଜିତ ନାଥ, ସିଲୁ ଗୋଚ୍ଛାୟତ, ଆଶିଷ ବିଶ୍ୱାଳ, ନିରଞ୍ଜନ ବିଶ୍ୱାଳ, ସୁବାଶିଷ ଦାସ ଓ ଜ୍ୟେତି ରଞ୍ଜନ ସାହୁ। ପୁଲିସ ସେଠାରୁ ଖେଳଣା ବନ୍ଧୁକ, ତେଙ୍ଗାନା କଟୁରି ଓ ୪ଟି ବାଇକ୍‌ ଜବତ କରିଥିଲେ।

ତେବେ ଅନ୍ୟମାନେ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି।

Related story