କଳା ପଲସ୍‌ରରେ ଆସିଲେ, ବ୍ୟାଙ୍କ ଭିତରୁ ଦେଢ଼ ଲକ୍ଷ ଝାମ୍ପି ନେଲେ

ଭଦ୍ରକ (ପାର୍ଥ ସାରଥୀ ନାୟକ): ପୁଣି କଳାପଲସର୍‌ ଆତଙ୍କ। କଳା ପଲସରରେ ଆସିଲେ। ବ୍ୟାଙ୍କ ଭିତରୁ ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେଇ ପଳାଇଗଲେ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ଼ ସ୍ଥିତ ଆହ୍ଲାବାଦ ବ୍ୟାଙ୍କ ଶାଖା ସମ୍ମୁଖରେ। ଅଭିଯୋଗ ଅନୁସାରେ, ଆଜି ସକାଳ ୧୦ଟାରେ ଆଗେଇବେରା ଅଞ୍ଚଳର ବ୍ୟବସାୟୀ ଶଙ୍କର୍ଷଣ ପଣ୍ଡା ଦେଢ଼ଲକ୍ଷ ଟଙ୍କା ଡିପୋଜିଟ୍ କରିବା ପାଇଁ ବ୍ୟାଙ୍କକୁ ଆସିଥିଲେ। ସେ ବ୍ୟାଙ୍କ ଭିତରେ ଡିପୋଜିଟ୍‌ ଫର୍ମ ପୂରଣ କରୁଥିବା […]

loot00

Tapaswini Nayak
  • Published: Friday, 27 December 2019
  • , Updated: 27 December 2019, 03:45 PM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ପୁଣି କଳାପଲସର୍‌ ଆତଙ୍କ। କଳା ପଲସରରେ ଆସିଲେ। ବ୍ୟାଙ୍କ ଭିତରୁ ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେଇ ପଳାଇଗଲେ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ଼ ସ୍ଥିତ ଆହ୍ଲାବାଦ ବ୍ୟାଙ୍କ ଶାଖା ସମ୍ମୁଖରେ।
ଅଭିଯୋଗ ଅନୁସାରେ, ଆଜି ସକାଳ ୧୦ଟାରେ ଆଗେଇବେରା ଅଞ୍ଚଳର ବ୍ୟବସାୟୀ ଶଙ୍କର୍ଷଣ ପଣ୍ଡା ଦେଢ଼ଲକ୍ଷ ଟଙ୍କା ଡିପୋଜିଟ୍ କରିବା ପାଇଁ ବ୍ୟାଙ୍କକୁ ଆସିଥିଲେ। ସେ ବ୍ୟାଙ୍କ ଭିତରେ ଡିପୋଜିଟ୍‌ ଫର୍ମ ପୂରଣ କରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି  ଆସି ତାଙ୍କୁ ଧକ୍କା ମାରିଥିଲେ। କୈଳାସ ତଳେ ପଡ଼ିଯିବାରୁ ତାଙ୍କ ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ। ଏନେଇ ବ୍ୟବସାୟୀ ଜଣଙ୍କ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ଲୁଟେରାମାନେ ଲୁଟରେ ବ୍ୟବହାର କରିଥିବା ପଲସର ବାଇକ୍‌କୁ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡାଅଁର ଅଞ୍ଚଳରେ ଛାଡ଼ି ପଳେଇଥିବା ସୂଚନା ମିଳିଛି।
ତେବେ ଏହି ଘଟଣା ଘଟିବା ସମୟରେ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ନଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିଛନ୍ତି।

Related story