ଛୁରୀରେ ଆକ୍ରମଣ କରି ଦୁଇ ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ସୁନା ଚେନ୍‌ ଓ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଚେନ୍‌ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ୪ ଜଣ ଲୁଟେରା ଦୁଇ ଜଣ ବ୍ୟବସାୟଙ୍କଠାରୁ ସୁନା ଚେନ୍ ଓ ଟଙ୍କା ପଇସା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଦୁଇ ବ୍ୟବସାୟୀଙ୍କୁ ଛୁରୀରେ ଆକ୍ରମଣ ମଧ୍ୟ କରିଥିଲେ। ଭୁବନେଶ୍ୱରର ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଘଟିଛି ଏ ଘଟଣା। ଆହତ ଦୁଇ ବ୍ୟବସାୟୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ […]

knife

Jitendra Garnayak
  • Published: Tuesday, 22 January 2019
  • , Updated: 22 January 2019, 09:32 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଚେନ୍‌ ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ୪ ଜଣ ଲୁଟେରା ଦୁଇ ଜଣ ବ୍ୟବସାୟଙ୍କଠାରୁ ସୁନା ଚେନ୍ ଓ ଟଙ୍କା ପଇସା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଦୁଇ ବ୍ୟବସାୟୀଙ୍କୁ ଛୁରୀରେ ଆକ୍ରମଣ ମଧ୍ୟ କରିଥିଲେ।

ଭୁବନେଶ୍ୱରର ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଘଟିଛି ଏ ଘଟଣା। ଆହତ ଦୁଇ ବ୍ୟବସାୟୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

[caption id="attachment_328591" align="aligncenter" width="750"] ଜଣେ ବ୍ୟବସାୟୀଙ୍କ କାରକୁ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ[/caption]

ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀ ଘରକୁ ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ବମିଖାଲ ଦୁର୍ଗା ମଣ୍ଡପ ନିକଟରେ ଅଟକାଇଥିଲେ। ସେ ପିନ୍ଧିଥିବାର ସୁନା ଚେନ୍‌ ସହିତ ତାଙ୍କ ପାଖରେ ଥିବା ଟଙ୍କାପଇସା ନେବା ପାଇଁ ସେମାନେ ଉଦ୍ୟମ କରିଥିଲେ। ବ୍ୟବସାୟୀ ଜଣଙ୍କ ବାଧା ଦେବାରୁ ସେମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

ଏହି ସମୟରେ ଆଉ ଜଣେ ବ୍ୟବସାୟୀ ସେହି ବାଟ ଦେଇ ଯାଉଥିଲେ। ସେ ମଧ୍ୟ ଲୁଟେରାମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିଥିଲେ। ତେବେ ଲୁଟେରାମାନେ ତାଙ୍କୁ ବି ଛୁରୀରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ପାଖରୁ ବି ଟଙ୍କା ଓ ସୁନା ଚେନ୍ ନେଇ ଚମ୍ପଟ୍ ମାରିଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story