ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। କାନନ ବିହାରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟେରାମାନେ ଲୁଟ୍ପାଟ୍ କରିଛନ୍ତି। ପରିବାର ଲୋକଙ୍କ ହାତଗୋଡ଼ ବାନ୍ଧି ୨୫୦ ଗ୍ରାମ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ନେଇଯାଇଛନ୍ତି। ଏହାସହିତ ସେମାନେ ଘରର ଦାମୀ ଆସବାବପତ୍ର ମଧ୍ୟ ନେଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଘରର ଜଣେ ସଦସ୍ୟ କହିଛନ୍ତି,“ଗତକାଲି ରାତି ପ୍ରାୟ ୨ଟା ୪୫ ମିନିଟରେ ୧୨ରୁ ୧୫ ଜଣ ଲୁଟେରା ଆମ ଘରେ ପଶିଥିଲେ। ସେମାନଙ୍କ ପାଖରେ ଖଣ୍ଡା ଓ ଭୁଜାଲି ଆଦି ଥିଲା। ମୋ ଛୁଆ ବେକରେ ଛୁରୀ ଲଗାଇ ସମସ୍ତ ଗହଣା ଦେଇ ଦେବାକୁ ଧମକାଇଥିଲେ। ସେମାନେ ହିନ୍ଦୀ ଓ ଓଡ଼ିଆ ଭାଷାରେ କଥା ହେଉଥିଲେ। ସେମାନେ ଆମ ଘରୁ ୫୦ରୁ ୬୦ ହଜାର ଟଙ୍କା, ୨୫୦ ଗ୍ରାମ ସୁନା ଓ ଅଧ କିଲୋ ରୁପା ନେଇଯାଇଛନ୍ତି। ସେମାନେ ମୋ ଶାଶୂ,ଶ୍ୱଶୁର ଓ ଦିଅରଙ୍କୁ ମାଡ଼ ମଧ୍ୟ ମାରିଥିଲେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Miscellaneous
ଆସୁଛନ୍ତି ରାଷ୍ଟ୍ରପତି; ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି
ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କହିଲେ ଡିଜିପି ୱାଇ.ବି ଖୁରାନିଆ।
Miscellaneous
ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ମାର୍ଗଶୀର କୃଷ୍ଣ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୁଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
Politics
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।
Miscellaneous
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।