ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

Ordigital Desk
  • Published: Tuesday, 03 July 2018
  • , Updated: 03 July 2018, 08:17 AM IST
<p>ପୁରୀ(ମଧୂସୁଦନ ମିଶ୍ର): ମହାପ୍ରଭୁ ଜଗନ୍ନାଥ ଅଣସର ଘରେ ଏବେ ଜ୍ୱରରେ ପୀଡିତ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା। ଅନବସରର ଆଜି ପଞ୍ଚମ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମାଲିସ କରାଯିବ। ଏହାପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ଅନୁଭବ କରିବେ। ଏହି ଫୁଲୁରୀ ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତି କରାଯାଇଥାଏ।</p> <p>ମଠର ମଠାଧୀଶ ଶ୍ରୀମନ୍ଦିରରେ ପ୍ରଦାନ କରିବା ପରେ ପତି ମହାପାତ୍ର ସଂସ୍କାର କରିଥାନ୍ତି। ଏହାପରେ ମାଲିସ କରାଯାଏ ଏହି ତେଲ। ମାଲିସ ଦ୍ୱାରା ଶ୍ରୀଜିଉମାନେ ସ୍ନାନଜନିତ ଶରୀର ପୀଡାରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି।</p>

Related story