ମୁଁ ତାଙ୍କ ପାଖରେ ରହିବା ପରେ ତାଙ୍କର ବହୁତ ଖରାପ କାମ ଦେଖିଲି, ମତେ କଷ୍ଟ ହେଲା…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୋତେ ବାହା ହେବାକୁ ପ୍ରତିଶ୍ରୁତି ଦେଇ ତା’ ପାଖକୁ ନେଇଥିଲା। ମୋ ମଥାରେ ସିନ୍ଦୂର ଦେଇଥିଲା। ୨୦୧୮ ଡିସେମ୍ବର ୨୫ରେ ନେଇଥିଲା । ମୋ ମଥାରେ ସିନ୍ଦୂର ଦେଇଥିଲା। ମୋ ସହିତ ମୋ ଝିଅ ଯାଇଥିଲା। ୨୭ ତାରିଖରେ ମତେ ଗାଳିଗୁଲଜ କରି ମାରିବା ଧମକ ଦେଲା। ସେତେବେଳେ ମୋ ଝିଅ ବହୁତ କାନ୍ଦିଲା। ଆମେ ରାତି ୧୦ଟାରେ ଘରୁ ବାହାରି ପଳାଇ ଆସିଲୁ। ଇଏ ହେଉଛି ଜଣେ ପ୍ରେମ ପ୍ରତାରଣର ଶିକାର ହୋଇଥିବା ଜଣେ ମହିଳାଙ୍କ କାହାଣୀ। ଅନେକ ଯୁବତୀ ଓ ମହିଳାଙ୍କୁ ଧୋକା ଦେଇ ସେମାନଙ୍କ ଜୀବନ ସହ ଖେଳ ଖେଳିଥିବା ପ୍ରିୟରଞ୍ଜନ ନାୟକ ଓରଫ ପିଣ୍ଟୁଙ୍କ ବିଷୟରେ ଏମିତି  ଗୁମର ଖୋଲିଛନ୍ତି ଜଣେ ମହିଳା। ସେ କହିଛନ୍ତି ଯେ, ମୁଁ ଥିବା ବେଳେ ପ୍ରିୟ ଅନେକ ଝିଅଙ୍କ ସହ ଭିଡିଓ କଲିଂ କରି  କଥା ହୁଅନ୍ତି।

ମୁଁ ଯେତେବେଳେ ତାଙ୍କ ପାଖକୁ ଯାଏ ସେ କହିବେ କ’ଣ ଦେଖିବାକୁ ଆସିଛୁ। ତୋ କାମ ତୁକର। ମୁଁ ତାଙ୍କ ପାଖରେ ରହିବା ପରେ ତାଙ୍କର ବହୁତ ଖରାପ ଜିନିଷ ଦେଖିଲି। ମୋ ମନକୁ କଷ୍ଟ ହେଲା। ଶେଷରେ ମୋତେ ମାରଧର କରିବା ପରେ ମୁଁ କହିଲି ତମେ ଯେତେ ଝିଅଙ୍କ ସହ ସମ୍ପର୍କ ରଖ କିନ୍ତୁ ମୋର ସିନ୍ଦୁର ବଞ୍ଚାଇବା ପାଇଁ ମୋତେ ତୁମେ ପାଖରେ ରଖ। ମୋତେ କହିଲେ ହଁ ତୁମେ ରହିବ। ତା’ପରେ ଏକ ଛୁରୀ ନେଇ ଆସିଲା। ସେ ସେତେବେଳେ ଚକେଇସିଆଣିରେ ରହୁଥିଲେ। ମୋତେ ସେ ମାରିବା ପାଇଁ ଉଦ୍ୟମ କରୁଥିବା ବେଳେ ମୋ ପିଲା କହିଲା ମମି ଚାଲ ଏଠାରୁ ପଳାଇ ଯିବା।  ଏହା ପରେ ଝିଅ ଓ ମୁଁ ରାତି ୧୦ଟାରେ ପଳାଇ ଆସିଲୁ । ବିବାହର ପ୍ରତିଶ୍ରୁତି ଦେଇ ଏମିତି ଅନେକ ଯୁବତୀ ଓ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ପିଣ୍ଟୁ।

ଏନେଇ ଭୁବନେଶ୍ୱର ମହିଳା ଥାନା ପୁଲିସ ପ୍ରିୟରଞ୍ଜନକୁ ଗିରଫ କରି ଗତ ଫେବୃୟାରୀ ୫ତାରିଖରେ କୋର୍ଟ ଚାଲାଣ କରିଥିଲେ। ପରେ ଜାମିନ୍‌ରେ ଆସି ମଧ୍ୟ ଏମିତି କାଣ୍ଡ ଜାରି ରଖିଥିଲା। ବଡ଼ କଥା ହେଉଛି କାହା ଆଗରେ ନିଜକୁ ବ୍ୟାଙ୍କ ମ୍ୟାନେଜର ତ’ କେତେବେଳେ ସଫ୍ଟେୱେର ଇଞ୍ଜିନିୟର। ପୁଣି କେତେବେଳେ ଓଏଏସ୍ ଅଧିକାରୀର ପରିଚୟ ଦେଇ ସମାନ ଢଙ୍ଗରେ ଜଣଙ୍କ ପରେ ଜଣଙ୍କୁ ଲୁଟି ଚାଲିଛି ଏ ପ୍ରେମିକ ପ୍ରବର। । ସଂପୃକ୍ତ ଯୁବକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ଉପରୋକ୍ତ ମହିଳା। ତେବେ ମହିଳାଙ୍କ କଥାଟି ପୂରା ଶୁଣନ୍ତୁ।