ପ୍ରେମିକାର ଓଢ଼ଣିରେ ଆରପାରିଗଲା ପ୍ରେମିକ, ଫୋନ୍‌ରେ ଡକାଡକି ହେଲେ ଆଉ ତା’ପରେ..

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆରପାରିରେ ପ୍ରେମିକ। ଜେଲ ଭିତରେ ପ୍ରେମିକା। ବଲାଙ୍ଗିର ମିଚ୍ଛାପାଲି ଅଞ୍ଚଳରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି।  ପ୍ରେମିକର ରହସ୍ୟଜନକ ମୃତ୍ୟୁ ଘଟଣାରେ ପ୍ରେମିକା ଗିରଫ ହୋଇଛି। ସୂଚନା ଅନୁଯାୟୀ, ଗତ ୧୯ ତାରିଖ ବିଲମ୍ବିତ ରାତିରେ ପୁଇଁନ୍ତଲା ଥାନା ମିଛାପାଲି ଗାଁର ଆଲୋକ ନାଏକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲ।  ଆଲୋକକୁ ତାର ପ୍ରେମିକା ଖଲିଆପାଲି ଗାଁର ସାରିଫା ବେଗମ ଓ ତାଙ୍କ ପରିବାର ହତ୍ୟା କରିଥିବା ନେଇ ଆଲୋକର ପରିବାର […]

p-900

Tapas Behera
  • Published: Thursday, 23 January 2020
  • , Updated: 23 January 2020, 07:15 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆରପାରିରେ ପ୍ରେମିକ। ଜେଲ ଭିତରେ ପ୍ରେମିକା। ବଲାଙ୍ଗିର ମିଚ୍ଛାପାଲି ଅଞ୍ଚଳରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି।  ପ୍ରେମିକର ରହସ୍ୟଜନକ ମୃତ୍ୟୁ ଘଟଣାରେ ପ୍ରେମିକା ଗିରଫ ହୋଇଛି।

ସୂଚନା ଅନୁଯାୟୀ, ଗତ ୧୯ ତାରିଖ ବିଲମ୍ବିତ ରାତିରେ ପୁଇଁନ୍ତଲା ଥାନା ମିଛାପାଲି ଗାଁର ଆଲୋକ ନାଏକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲ।  ଆଲୋକକୁ ତାର ପ୍ରେମିକା ଖଲିଆପାଲି ଗାଁର ସାରିଫା ବେଗମ ଓ ତାଙ୍କ ପରିବାର ହତ୍ୟା କରିଥିବା ନେଇ ଆଲୋକର ପରିବାର ଅଭିଯୋଗ କରିଥିଲେ।  ପୁଇଁନ୍ତଳା ପୁଲିସ ପ୍ରେମିକାକୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିଲା।  ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଲା ପରେ ଆଲୋକ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲା ପୁଲିସ। ତେବେ ତଦନ୍ତ ରିପୋର୍ଟ ଅନୁଯାୟୀ, ଗତ ୧୯ ତାରିଖ ରାତି ୧ ଟାରେ ପ୍ରେମିକା ସାରିଫା ପ୍ରେମିକ ଆଲୋକଙ୍କୁ ଡାକିଥିଲା। କିନ୍ତୁ ରାତି ୧ ଟା ୪୫ ରେ ଖଲିଆପାଲିର ଏକ ବିଲରେ ଆଲୋକ ଗୁରୁତର ଭାବରେ ପଡିଥିବା ନେଇ ନିଜେ ସାରିଫା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା।

ପରିବାର ଲୋକେ ଆଲୋକ କୁ ତରଭା ହସପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ରାତି ୧ ଟାରୁ ୧ ଟା ୪୫ ଭିତରେ ପ୍ରେମିକ ଓ ପ୍ରେମିକାଙ୍କ ଭିତରେ ଟଣାଓଟରା ଲାଗିଥିଲା। ଫଳରେ ଅଲୋକ ପ୍ରେମିକାର ଓଢଣୀରେ ଆତ୍ମହତ୍ୟା କରିଥିଲା। ଦୀର୍ଘ ୬ ବର୍ଷ ହେଲା ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଥିଲା। ତେବେ ବାହାଘରକୁ ନେଇ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଳହ ଚରମ ସୋପାନରେ ପହଞ୍ଚିଥିଲା।

ଆଉ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ସଂପୃକ୍ତ ଯୁବତୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଂଜୁର ହେବାରୁ ତାଙ୍କୁ  ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି।

Related story