ଶାରୀରିକ ସମ୍ପର୍କ ରଖି ଗର୍ଭ ନଷ୍ଟ କରିଥିଲା! ଏବେ ଜେଲ୍‌ ଗଲା

ଆସିକା (ମନୋଜ ମୁନୀ): ପ୍ରେମ କଲେ, ଶାରୀରିକ ସମ୍ପର୍କ ରଖିଲେ। ପରବର୍ତ୍ତୀ ସମୟରେ ପ୍ରେମିକାଙ୍କ ଗର୍ଭ ନଷ୍ଟ କରି ଅନ୍ୟତ୍ର ବାହା ହେବାକୁ ଯୋଜନା କରୁଥିଲେ। ଏବେ ପୁଲିସ ହାତରେ ଧରା ପଡ଼ି ଜେଲ୍‌ ହାୱା ଖାଇଲେ ରସିକିଆ ପ୍ରେମିକ ପ୍ରବର। ତାମିଲ୍‌ନାଡୁ-ଆନ୍ଧ୍ରପ୍ରଦେଶ ସୀମାରୁ ପ୍ରେମିକଙ୍କୁ ବାନ୍ଧିଛି କବିସୂର୍ଯ୍ୟନଗର ଥାନା ପୁଲିସ। ଗିରଫ ପରେ ତାକୁ ଆଜି କବିସୂର୍ଯ୍ୟନଗର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ପରେ ତାକୁ କୋଦଳା ଜେଲ୍‌କୁ ପଠାଇ ଦିଆଯାଇଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର […]

Kavisuryanagar

Manoranjan Sial
  • Published: Friday, 13 August 2021
  • , Updated: 13 August 2021, 09:36 PM IST

ଆସିକା (ମନୋଜ ମୁନୀ): ପ୍ରେମ କଲେ, ଶାରୀରିକ ସମ୍ପର୍କ ରଖିଲେ। ପରବର୍ତ୍ତୀ ସମୟରେ ପ୍ରେମିକାଙ୍କ ଗର୍ଭ ନଷ୍ଟ କରି ଅନ୍ୟତ୍ର ବାହା ହେବାକୁ ଯୋଜନା କରୁଥିଲେ। ଏବେ ପୁଲିସ ହାତରେ ଧରା ପଡ଼ି ଜେଲ୍‌ ହାୱା ଖାଇଲେ ରସିକିଆ ପ୍ରେମିକ ପ୍ରବର। ତାମିଲ୍‌ନାଡୁ-ଆନ୍ଧ୍ରପ୍ରଦେଶ ସୀମାରୁ ପ୍ରେମିକଙ୍କୁ ବାନ୍ଧିଛି କବିସୂର୍ଯ୍ୟନଗର ଥାନା ପୁଲିସ। ଗିରଫ ପରେ ତାକୁ ଆଜି କବିସୂର୍ଯ୍ୟନଗର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ପରେ ତାକୁ କୋଦଳା ଜେଲ୍‌କୁ ପଠାଇ ଦିଆଯାଇଛି।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳ ଗାଁର ଅରେନ୍ଦ୍ର କରଣ ସୁରତର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀ ଜଣକ ମଧ୍ୟ ଅରେନ୍ଦ୍ରଙ୍କୁ ପ୍ରେମ କରୁଥିଲେ। ପ୍ରେମରେ ଉଡୁଟୁବୁ ହେଉଥିବା ପ୍ରେମିକା ନିଜକୁ ପ୍ରେମିକଙ୍କ ଆଗରେ ସମର୍ପି ଦେଇଥିଲେ। ଏହାର ସୁଯୋଗ ନେଇ ପ୍ରେମିକ ପ୍ରବର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଯାହାଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇ ଯାଇଥିଲେ।

ପ୍ରେମିକା ଗର୍ଭବତୀ ହୋଇଥିବା ଜାଣିବା ପରେ ପ୍ରେମିକର ଅକଲ୍‌ ଗୁଡୁମ ହୋଇଯାଇଥିଲା। ପ୍ରେମିକାଙ୍କୁ ବୁଝାଇ ତାଙ୍କ ଗର୍ଭ ନଷ୍ଟ କରି ଦେଇଥିଲା। ତା’ପରେ ସେ ଘରକୁ ପଳାଇ ଆସିଥିଲେ। ଘରକୁ ଆସିବା ପରେ ଅନ୍ୟତ୍ର ବାହା ହେବା ପାଇଁ ଯୋଜନା କରୁଥିଲେ। ଏକଥା ଜାଣି ବଡ଼ଅଗୁଳ ଗାଁରେ ପହଞ୍ଚିଥିଲେ ପ୍ରେମିକା। ଏହା ପରେ ସେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏ ସମ୍ପର୍କରେ ପ୍ରେମିକ ପ୍ରବର ଜାଣିପାରି ଘରୁ ଚମ୍ପଟ ମାରିଥିଲା। ଇତି ମଧ୍ୟରେ ୨୫ ଦିନ ବିତି ଗଲାଣି। ପୀଡ଼ିତା ନ୍ୟାୟ ନପାଇ ଗଂଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ।  ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍‌ପି କବିସୂର୍ଯ୍ୟନଗର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାରି ଭିତରେ ପ୍ରେମିକ ପ୍ରବର ହାଇକୋର୍ଟରେ ବେଲ୍‌ ପାଇଁ ଆବେଦନ କରିଥିବା ଜଣାପଡ଼ିଥିଲା।

ସେପଟେ ଅଭିଯୁକ୍ତ ପ୍ରେମିକ ବେଲ୍‌ ପାଇଁ ଆବେଦନ କରିଥିବା ଜାଣି ମଧ୍ୟ ସ୍ଥାନୀୟ ପୁଲିସ ଚୁପ୍‌ ବସିଥିଲା। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିଲା। ନ୍ୟାୟ ନମିଳିଲେ ପ୍ରେମିକଙ୍କ ଘର ସମ୍ମୁଖରେ ଆତ୍ମହତ୍ୟା କରିବି ଯୁବତୀ ଜଣକ ଚେତାବନୀ ଦେଇଥିଲେ। ଏହା ପରେ ପୁଲିସ୍‌ ତତ୍ପର ହୋଇଥିଲା। ଶେଷରେ ଅଭିଯୁକ୍ତକୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ସେପଟେ ପୀଡ଼ିତା ଏବେ ଛାତ୍ରପୁରରେ ଏକ ମହିଳା ସଙ୍ଗନରେ ଆଶ୍ରୟ ନେଇଛି।

Related story