ବିଷ ପିଇଦେଲେ ପ୍ରେମୀ ଯୁଗଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ଉଭୟ ମୃତକ ସ୍ୱାମୀ, ସ୍ତ୍ରୀ ଭାବେ ଗୋଟିଏ ଘରେ ରହି ଆସୁଥିଲେ। ମୃତ ମାନେ ହେଲେ ସୋମନାଥ ସାହୁ ଓ ସୁଲୋଚନା ନାୟକ। ଆଜି ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଲୋଚନା ଜୋର ଧରିଛି।

ପୁରୁଷ ଜଣଙ୍କ ପତ୍ନୀଙ୍କୁ ଓ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ରହୁଥିଲେ। ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ। ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି।

ଗଲା କିଛି ଦିନ ହେଲା ଫୁଲେଶ୍ଵରି ବସ୍ତିରେ ଦୁହେଁ ରହିବା ପରେ, ସୋମନାଥଙ୍କ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଅସନ୍ତୋଷ ଓ ମାନସୀକ ଅଶାନ୍ତି ବଢ଼ିଥିଲା। ଆଉ ଶେଷରେ ସୋମନାଥ ଓ ସୁଲୋଚନା ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ AIIMS କୁ ନିଆଯାଇଥିଲା। ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ପୁଲିସ ଘଟଣାର ତଦନ୍ତ ପାଇଁ ପହଞ୍ଚିଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।