ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

Ordigital Desk
  • Published: Sunday, 11 March 2018
  • , Updated: 11 March 2018, 01:03 PM IST
<p>ବଲାଙ୍ଗିର (ସସ୍ମିତା ସାହୁ):ବଲାଙ୍ଗିର ଜିଲ୍ଲା ସଦର ଥାନା ଅଞ୍ଚଳରେ ବିଷ ପିଇ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।</p> <p>ଗତକାଲି ବିଳମ୍ବିତ ରାତିରେ ଅନ୍ତମାଲି ଗାଁର ଯୁବକ ଏବଂ କୁମିଆପାଲ୍ଲୀ ଗାଁର ଯୁବତୀଙ୍କୁ କୁମିଆପାଲ୍ଲୀ ଗାଁ ନିକଟସ୍ଥ ଏକ ବୁଦା ନିକଟରୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।</p> <p>ସୂଚନା ଅନୁସାରେ ଯୁବତୀଙ୍କର ଆସନ୍ତାକାଲି ଅନ୍ୟ ଏକ ପୁଅ ସହିତ ବାହାଘର ଠିକ୍&zwnj; ହୋଇଥିଲା। ବିବାହକୁ ନେଇ ପ୍ରେମି ଯୁଗଳ ଏକାଠି ବିଷ ପିଇ ଦେଇଥିବା ଆଶଙ୍କା କରାଯାଉଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍&zwnj; ଥିବା ଜଣାପଡିଛି। ପୁଅଝିଅଙ୍କ ଭଲ ପାଇବା ବିଷୟରେ ପରିବାର ଲୋକେ କିଛି ଜାଣି ନଥିବା କହିଛନ୍ତି।</p>

Related story