‘ତୁ ଯାହା କରିବୁ ମୋର କର, ମୁଁ ତୋତେ ହିଁ ବାହା ହେବି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତୁ ଯାହା କରୁଛୁ କର, ମୁଁ ତୋତେ ହିଁ ବାହା ହେବି।’ ‘୫ଟା କେସ୍ ପଛେ ଖାଇବି, ହେଲେ ତୋତେ ବାହା ହେବିନି।’ ଗୋଟିଏ ପଟେ ପ୍ରେମିକା ବାହା ହେବାକୁ ଜିଦ୍ ଧରି ବସିଥିବା ବେଳେ ଅନ୍ୟପଟେ ପ୍ରେମିକ ଜେଲ୍‌ ଯିବ ପଛେ ବାହା ହେବାକୁ ମନା କରି ଦେଇଛି। ସାରା ରାଜ୍ୟରେ କରୋନା ଯୋଗୁ ଲକଡାଉନ୍ ଚାଲିଥିବା ବେଳେ ଆଜି ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଜବରଦସ୍ତ ହାଇଡ୍ରାମା ଦେଖିବାକୁ ମିଳିଛି। ଦୁଇ […]

bbsr

bbsr

Ranjit Kumar Jena
  • Published: Friday, 04 June 2021
  • Updated: 05 June 2021, 12:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତୁ ଯାହା କରୁଛୁ କର, ମୁଁ ତୋତେ ହିଁ ବାହା ହେବି।’ ‘୫ଟା କେସ୍ ପଛେ ଖାଇବି, ହେଲେ ତୋତେ ବାହା ହେବିନି।’ ଗୋଟିଏ ପଟେ ପ୍ରେମିକା ବାହା ହେବାକୁ ଜିଦ୍ ଧରି ବସିଥିବା ବେଳେ ଅନ୍ୟପଟେ ପ୍ରେମିକ ଜେଲ୍‌ ଯିବ ପଛେ ବାହା ହେବାକୁ ମନା କରି ଦେଇଛି। ସାରା ରାଜ୍ୟରେ କରୋନା ଯୋଗୁ ଲକଡାଉନ୍ ଚାଲିଥିବା ବେଳେ ଆଜି ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଜବରଦସ୍ତ ହାଇଡ୍ରାମା ଦେଖିବାକୁ ମିଳିଛି।

ଦୁଇ ପ୍ରେମୀ ଯୁଗଳ ପରସ୍ପରକୁ ଗଲା ଅକ୍ଟୋବର ମାସରୁ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ଏବଂ ଲିଭ-ଇନ ରିଲେସନଶିପରେ ମଧ୍ୟ ଥିଲେ। ଦୁହେଁ ଭୁବନେଶ୍ୱରର ଅନେକ ହୋଟେଲରେ ଅନେକ ଥର ରହିଛନ୍ତି। ପ୍ରେମିକ ଜଣକ ହେଉଛି ରାଉରକେଲାର ରଞ୍ଜିତ କୁମାର ମହାନ୍ତି ଏବଂ ପ୍ରେମିକା ହେଉଛି ଭୁବନେଶ୍ୱର ସମ ହସ୍ପିଟାଲ ନିକଟବର୍ତ୍ତୀ ଅଞ୍ଚଳର ରୋଜାଲିନ୍।

ରଞ୍ଜିତ୍ ରୋଜାଲିନଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ସେ ରୋଜାଲିନଙ୍କୁ ଧରା ଛୁଆଁ ଦେଇ ନଥିବା ଅଭିଯୋଗ କରିଛନ୍ତି ଖୋଦ୍ ରୋଜାଲିନ୍। ରୋଜାଲିନ୍ ଭୁବନେଶ୍ୱରରୁ ଅନେକ ଥର ରାଉରକେଲାସ୍ଥିତ ରଞ୍ଜିତଙ୍କ ଘରକୁ ଯାଇଥିଲେ ହେଁ ସେଠାରୁ ସେ ହତାଶ ହୋଇ ଫେରିଥିଲେ।

ପ୍ରେମିକକୁ ମଧ୍ୟ ବାରମ୍ବାର ଫୋନ୍ କରିଥିଲେ ହେଁ ଏହାର କୌଣସି ଉତ୍ତର ନମିଳିବା ସହ ଘର ଲୋକ ତାଙ୍କ ସହ ବିବାହ କରାଇବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି ରୋଜାଲିନ୍। ତେବେ ଏହି ଲକଡାଉନ ସମୟରେ ପ୍ରେମିକା ଜଣକ ପ୍ରେମିକ ଘର ରାଉରକେଲା ପହଞ୍ଚିଥିଲେ ଏବଂ ସାଙ୍ଗ ହୋଇ ଗତକାଲି ଭୁବନେଶ୍ୱର ଆସିଥିଲେ।

ଆଜି ଆଇଜି ପାର୍କ ନିକଟରେ ପ୍ରେମିକା ବିବାହ କରିବା ପାଇଁ ଜିଦ୍ ଧରି ବସିଲେ। କିନ୍ତୁ ପ୍ରେମିକ ଜଣକ ରାଜି ନଥିବାରୁ ଖସି ପଳାଇବାକୁ ବସିଥିଲେ। ଏହି ସମୟରେ ଦୁଇ ଜଣକ ମଧ୍ୟରେ ଖୁବ୍ ଯୁକ୍ତିତର୍କ ସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଘଟଣାସ୍ଥଳରେ କ୍ୟାପିଟାଲ ଥାଲା ପୁଲିସ ପହଞ୍ଚି ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos