ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନରେ ପରିଣତ ହେବ ଲଘୁଚାପ: ୭ରୁ ବର୍ଷିବ

Ordigital Desk
  • Published: Tuesday, 05 December 2017
  • , Updated: 05 December 2017, 10:32 AM IST
<p>ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଏବେ ଦକ୍ଷିଣପୂର୍ବ ଓ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନରେ ପରିଣତ ହେବା ନେଇ ସମ୍ଭାବନା ରହିଛି। ସେହିପରି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନର ପରିଣତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୩ ଦିନ ମଧ୍ୟରେ ଏହା ଦକ୍ଷିଣ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ପଶ୍ଚିମ-ଦକ୍ଷିଣ ଦିଗକୁ ଗତିକରିବା ନେଇ ସମ୍ଭାବନା ରହିଛି।</p> <p>ଲଘୁଚାପ ପ୍ରଭାବରେ ଆସନ୍ତା ୭ ତାରିଖରୁ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେବ ବର୍ଷା। କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲ୍&zwnj;କା ବର୍ଷା ହେବାର ସମ୍ଭାବନା ରହିଛି।&nbsp; ପରେ&nbsp; ୮ ଓ ୯ ତାରିଖ ଦୁଇଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।</p>

Related story