ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମ୍ପର୍କିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ: ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବଲାଙ୍ଗୀର ଜିଲ୍ଲା ବିଜାପଟି ଗାଁରେ ଥିବା ୨୭୨ ଏକର ଜମିର ଅଧିଗ୍ରହଣ ସମ୍ପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ବିଜ୍ଞପ୍ତି ଜମି ଅଧିଗ୍ରହଣ ଆଇନ ୧୮୯୪ର ଧାରା ୪(୧) ଓ ୬ ଅନୁଯାୟୀ ଜାରି କରାଯାଇଥିଲା। ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଜମି ଆବଶ୍ୟକ ହେଉଥିବା ଦର୍ଶାଇ ୨୦୧୧ ଡିସେମ୍ୱର ୩୧ ତାରିଖରେ ସରକାର ଜମି ଅଧିଗ୍ରହଣ ଆଇନ ୧୮୯୪ ର ଧାରା ୪(୧) ଅନୁଯାୟୀ ବିଜ୍ଞପ୍ତି ଜାରି […]

highcourt

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 12:40 PM IST

କଟକ: ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବଲାଙ୍ଗୀର ଜିଲ୍ଲା ବିଜାପଟି ଗାଁରେ ଥିବା ୨୭୨ ଏକର ଜମିର ଅଧିଗ୍ରହଣ ସମ୍ପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ବିଜ୍ଞପ୍ତି ଜମି ଅଧିଗ୍ରହଣ ଆଇନ ୧୮୯୪ର ଧାରା ୪(୧) ଓ ୬ ଅନୁଯାୟୀ ଜାରି କରାଯାଇଥିଲା।

ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଜମି ଆବଶ୍ୟକ ହେଉଥିବା ଦର୍ଶାଇ ୨୦୧୧ ଡିସେମ୍ୱର ୩୧ ତାରିଖରେ ସରକାର ଜମି ଅଧିଗ୍ରହଣ ଆଇନ ୧୮୯୪ ର ଧାରା ୪(୧) ଅନୁଯାୟୀ ବିଜ୍ଞପ୍ତି ଜାରି କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୩ ଅକ୍ଟୋବର ୨୨ ତାରିଖରେ ବିଜାପଟି ଗାଁର ୨୭୨ ଏକର ଜମି ଅଧିଗ୍ରହଣ ପାଇଁ ଜମି ଅଧିଗ୍ରହଣ ଆଇନ ୧୮୯୪ର ଧାରା ୬ରେ ସରକାର ବିଜ୍ଞପ୍ତି ଜାରି କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକମାନେ ନିଜ ଜୀବନଜୀବିକା ହରାଇବେ ବୋଲି ଏହାକୁ ପ୍ରବଳ ବିରୋଧ କରାଯାଇଥିଲା। ବିଜାପଟି ଗାଁର ପ୍ରହଲ୍ଲାଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ଜମି ଅଧିଗ୍ରହଣ ବନ୍ଦ କରିବାକୁ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story