ଚନ୍ଦ୍ର ଗ୍ରହଣରେ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟକୁ ନେଇ ଦ୍ୱନ୍ଦ୍ୱ, ବସିବ ସାନି ବୈଠକ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୮ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ। ଏହି ଦିନ ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଏହି ଦିନ ସକାଳ ୮ଟା ୨୯ରୁ ପାକ ନିଷେଧ ହେବ। କିନ୍ତୁ ଜ୍ୟୋତିର୍ବିଦଙ୍କ ମତରେ ଚନ୍ଦ୍ର ଗ୍ରହଣ ଦିନ ସକାଳ ୫ଟା ୫୪ ମିନିଟ୍ ପରଠୁ ହିଁ ପାକ ନିଷେଧ ସହିତ ସବୁ ଦେବ ନୀତି ବନ୍ଦ ହେବା ଉଚିତ। ଏହି […]

shree

shree

Niranjan Mishra
  • Published: Sunday, 30 October 2022
  • Updated: 30 October 2022, 10:22 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୮ ତାରିଖରେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ। ଏହି ଦିନ ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଏହି ଦିନ ସକାଳ ୮ଟା ୨୯ରୁ ପାକ ନିଷେଧ ହେବ। କିନ୍ତୁ ଜ୍ୟୋତିର୍ବିଦଙ୍କ ମତରେ ଚନ୍ଦ୍ର ଗ୍ରହଣ ଦିନ ସକାଳ ୫ଟା ୫୪ ମିନିଟ୍ ପରଠୁ ହିଁ ପାକ ନିଷେଧ ସହିତ ସବୁ ଦେବ ନୀତି ବନ୍ଦ ହେବା ଉଚିତ। ଏହି ଦ୍ୱନ୍ଦ୍ୱ ଦୂର ପାଇଁ ନଭେମ୍ବର ୧ କିମ୍ବା ୨ରେ ନୀତି ସବ୍ କମିଟି ଓ ଛତିଶା ନିଯୋଗର ବୈଠକ ବସିବ ବୋଲି ସୂଚନା ମିଳିଛି।

ସଂଶୋଧିତ ପଞ୍ଜିକା ଅନୁଯାୟୀ, ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଚନ୍ଦ୍ର ଗ୍ରହଣ ସ୍ପର୍ଶ କରୁଥିବା ବେଳେ ସର୍ବମୋକ୍ଷ ହେବ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ୭ ତାରିଖ ରାତି ୧୨ଟା ୧୦ରେ ଦ୍ୱାରଫିଟା ହୋଇ ମଙ୍ଗଳଆଳତି, ମଇଲମ, ତପଡ଼ଲାଗି, ଅବକାଶ ଆଦି ସମସ୍ତ ନୀତିକାନ୍ତି କରାଯାଇ ଭୋର୍ ୫ଟାରେ ଉଠିବ ଭୋଗ ମଣ୍ଡପ। କାରଣ ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ସକାଳ ୮ଟା ୨୯ରୁ ଅନ୍ନଭୋଜନ, ପାକ, ଦେବ ନୀତି ନିଷେଧ।

କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡଃ ନରେଶ ଚନ୍ଦ୍ର ଦାଶଙ୍କ ମତରେ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବାରୁ ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ। ସଂଶୋଧିତ ପାଞ୍ଜିରେ ଏହା ଲେଖା ଅଛି। ପ୍ରଥମେ ଏଠାରେ ପ୍ରିଣ୍ଟିଂ ଭୁଲ୍ ଥିଲା। ପରେ ତାକୁ ସଂଶୋଧନ କରାଯାଇଛି। ଏହି ସଂଶୋଧିତ ଅଂଶ ବୋଧହୁଏ ଶ୍ରୀମନ୍ଦିର ପ୍ରଶାସନର ନଜରରେ ଆସିନଥିବାରୁ ଏହି ଦ୍ୱନ୍ଦ୍ୱ ଉପୁଜି ଥାଇପାରେ।

ସେପଟେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ନଭେମ୍ବର ୧ କିମ୍ବା ୨ ତାରିଖରେ ନୀତି ସବ୍‌ କମିଟି ଓ ଛତିଶାନିଯୋଗ ବୈଠକ ହେବାର ଅଛି। ସେହି ବୈଠକରେ ଏହା ଉପରେ ଆଲୋଚନା ହୋଇ ନୀତି ନିର୍ଘଣ୍ଟ ବଦଳି ପାରେ।

ଏନେଇ ଶ୍ରୀମନ୍ଦିର ଉପପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଏହି ଦିନ ଶୃଙ୍ଖଳିତ ନୀତି କରିବା ନିମନ୍ତେ ଖୁବ୍ ଶୀଘ୍ର ପାଳିଆ ସେବାୟତଙ୍କ ବୈଠକ କରାଯିବ।

ସେପଟେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ମଧ୍ୟ କହିଛନ୍ତି, ପୁରୀ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପ୍ରେସ୍‌ର ପଂଜିକାରେ ନଭେମ୍ବର ୮ ର ଚନ୍ଦ୍ରଗ୍ରହଣ ସଂପର୍କିତ ତଥ୍ୟ ଭୁଲ ଅଛି। ଏଥିରେ ସକାଳ ୮ଟା ୨୯ ମିନିଟ ପରଠୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଦର୍ଶଯାଇଛି। କିନ୍ତୁ ଅନ୍ୟାନ୍ୟ ପଞ୍ଜିକା ଅନୁସାରେ ଚତୁର୍ଥ ପ୍ରହର ପରେ ଏସବୁ ନିଷେଧ। ତେଣୁ ରାଧାରମଣ ପ୍ରେସ୍‌ର ପଂଜିକାର ତ୍ରୁଟିକୁ ସଂଶୋଧନ କରିବା ପାଇଁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପକୁ ଚିଠି କରାଯାଇଛି।

ଚନ୍ଦ୍ରଗ୍ରହଣ ଯୋଗୁ ସୂର୍ଯ୍ୟ ଉଦୟ ପରେ ଦେବନୀତି ନିଷେଧ ଥିବାରୁ ସୂର୍ଯ୍ୟ ଉଦୟ ପୂର୍ବରୁ ଡଙ୍ଗା ଭସାଇବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ୍। ସେପଟେ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନା ବେଶ ହୋଇଥାଏ। ଭକ୍ତମାନେ ଏହି ବେଶ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି ସେବାୟତଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story