ମୁଁ ତାଙ୍କ ପାଖରେ କିଛି ମାଗେ ନାହିଁ, କିନ୍ତୁ ତାଙ୍କୁ ଦେଖି ମୋହିତ ହୁଏ: ବିଭୂତି ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଏ ତାଙ୍କୁ କହେ ଅନ୍ତଅର୍ଯ୍ୟାମୀ । ପୁଣି କାହା ବିଶ୍ୱାସରେ ସେ ପ୍ରାଣର ଦେବତା। ତାଙ୍କୁ ନେଇ ପ୍ରତିଟି ଓଡ଼ିଆଙ୍କର ରହିଛି ଅନେକ ଅଭୁଲା ଅନୁଭବ। ଆମେ କହୁଛୁ, କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ କଥା। ରଥଯାତ୍ରା ଆଉ ଗୋଟିଏ ଦିନ ଥିବା ବେଳେ କାହା ଅନୁଭବରେ ସେ କେମିତି, କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ ‘ଅନୁଭୂତିରେ ଜଗନ୍ନାଥ’ । ଆଜି ଅନୁଭୂତି ବାଣ୍ଟିଛନ୍ତି ବିଶିଷ୍ଟ ଔପନାସିକ ବିଭୂତି […]

69

Tapas Behera
  • Published: Wednesday, 03 July 2019
  • , Updated: 03 July 2019, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଏ ତାଙ୍କୁ କହେ ଅନ୍ତଅର୍ଯ୍ୟାମୀ । ପୁଣି କାହା ବିଶ୍ୱାସରେ ସେ ପ୍ରାଣର ଦେବତା। ତାଙ୍କୁ ନେଇ ପ୍ରତିଟି ଓଡ଼ିଆଙ୍କର ରହିଛି ଅନେକ ଅଭୁଲା ଅନୁଭବ। ଆମେ କହୁଛୁ, କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ କଥା। ରଥଯାତ୍ରା ଆଉ ଗୋଟିଏ ଦିନ ଥିବା ବେଳେ କାହା ଅନୁଭବରେ ସେ କେମିତି, କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ ‘ଅନୁଭୂତିରେ ଜଗନ୍ନାଥ’ । ଆଜି ଅନୁଭୂତି ବାଣ୍ଟିଛନ୍ତି ବିଶିଷ୍ଟ ଔପନାସିକ ବିଭୂତି ପଟ୍ଟନାୟକ।

ସେ କହିଛନ୍ତି ଯେ, ଜଗନ୍ନାଥଙ୍କୁ ବିଶ୍ୱାସ କରେ ଏଇଥିପାଇଁ କାରଣ ସେ ହେଉଛନ୍ତି ନରର ଦେବତା। ଯେମିତି ସାଧାରଣ ମଣିଷର ମୃତ୍ୟୁ ଘଟେ। ଜନ୍ମ ଘଟେ, ତାଙ୍କର ସେମିତି ୧୨ ବର୍ଷର ଦେହାନ୍ତର ଘଟେ। ତାଙ୍କର ପ୍ରସାଦ ଏବଂ ଭୋଗ ଜନଗଣଙ୍କର ଭୋଗ। ସେ କେବଳ ଜଣକର ଭୋଗ ନୁହେଁ। ତାକୁ ସେଥି ପାଇଁ ମହାପ୍ରସାଦ କୁହାଯାଏ। ତେଣୁ ମୁଁ ଯେତେବେଳେ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରେ ମୋର ଅନୁଭୂତି ହୁଏ ମୁଁ ଯେମିତି ଜନଗଣର ଦେବତାଙ୍କ ସମ୍ମୁଖୀନ ହେଉଛି।

ମୁଁ ତାଙ୍କ ପାଖରେ କିଛି ମାଗେ ନାହିଁ। କିନ୍ତୁ ତାଙ୍କୁ ଦେଖି ବିମୁଗ୍ଧ ହୁଏ ଓ ମୋହିତ ହୁଏ। ଆଉ ଏତେ ବର୍ଷ ପରେ ମଧ୍ୟ ସେ ସମଗ୍ର ଭାରତ ବର୍ଷକୁ ଅତିକ୍ରମ କରି ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ତାଙ୍କର ଧର୍ମ ପ୍ରଚାର ଚାଲିଛି, ଏଇଟା ମୋ ପାଇଁ ଗର୍ବ ଏବଂ ଗୌରବର ବିଷୟ।

Related story