୩ରୁ ଖୋଲିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁରବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ଜାନୁଆରୀ ୩ ତାରିଖରୁ ଖୋଲିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ସମଲେଶ୍ୱରୀ ମନ୍ଦିର ନୁହେଁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନଗୁଡ଼ିକ ମଧ୍ୟ ଆସନ୍ତା ୩ ତାରିଖରୁ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଗାଇଡଲାଇନ୍ ଜାରି କରିଛନ୍ତି। ଧର୍ମାନୁଷ୍ଠାନ ଖୋଲିବାର ୭ ଦିନ ପୂର୍ବରୁ SOP ସ୍ଥିର ପାଇଁ […]

samalai

Ranjit Kumar Jena
  • Published: Friday, 18 December 2020
  • , Updated: 18 December 2020, 09:53 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁରବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ଜାନୁଆରୀ ୩ ତାରିଖରୁ ଖୋଲିବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ସମଲେଶ୍ୱରୀ ମନ୍ଦିର ନୁହେଁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନଗୁଡ଼ିକ ମଧ୍ୟ ଆସନ୍ତା ୩ ତାରିଖରୁ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି।

ତେବେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଗାଇଡଲାଇନ୍ ଜାରି କରିଛନ୍ତି। ଧର୍ମାନୁଷ୍ଠାନ ଖୋଲିବାର ୭ ଦିନ ପୂର୍ବରୁ SOP ସ୍ଥିର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ଏବେ ରାଜ୍ୟ ସରକାର ଧୀରେ ଧୀରେ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଆସନ୍ତା ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ଏନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ଶୁକ୍ରବାର ସୂଚନା ଦେଇଛନ୍ତି।

Related story