ବିମୁଦ୍ରାକରଣ ନିଷ୍ପତ୍ତି ପରେ ରାଜ୍ୟରେ ମଦ ବ୍ୟବସାୟ ପ୍ରଭାବିତ

ଭୁବନେଶ୍ୱର: ବିମୁଦ୍ରାକରଣ ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ମଦ ବ୍ୟବସାୟ ବେଶ ପ୍ରଭାବିତ ହୋଇଛି। ଏକ ଆକଳନ ଅନୁଯାୟୀ ଗତ ୯ ତାରିଖରୁ ରାଜ୍ୟରେ ମଦ ବ୍ୟବସାୟ ୫୦ ପ୍ରତିଶତ କମିଯାଇଛି। ଚଳିତବର୍ଷ ଅବକାରୀ ରାଜସ୍ୱ ଆଦାୟରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ରାଜଧାନୀରେ ମଦ ଦୋକାନୀମାନେ ପୁରୁଣା ନୋଟ୍‌ ଗ୍ରହଣ କରୁନାହାନ୍ତି। ଯେଉଁମାନେ ୨୦୦୦ ଟଙ୍କିଆ ନୋଟ୍‌ ଦେଉଛନ୍ତି ସେମାନଙ୍କୁ ଖୁଚୁରା ଫେରାଇବା ସମ୍ଭବ ହେଉନାହିଁ। ଏପରି ସ୍ଥିତି ଗତ ୧୦ ଦିନ ହେବ […]

wine

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 07:51 PM IST

ଭୁବନେଶ୍ୱର: ବିମୁଦ୍ରାକରଣ ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ମଦ ବ୍ୟବସାୟ ବେଶ ପ୍ରଭାବିତ ହୋଇଛି। ଏକ ଆକଳନ ଅନୁଯାୟୀ ଗତ ୯ ତାରିଖରୁ ରାଜ୍ୟରେ ମଦ ବ୍ୟବସାୟ ୫୦ ପ୍ରତିଶତ କମିଯାଇଛି। ଚଳିତବର୍ଷ ଅବକାରୀ ରାଜସ୍ୱ ଆଦାୟରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ରାଜଧାନୀରେ ମଦ ଦୋକାନୀମାନେ ପୁରୁଣା ନୋଟ୍‌ ଗ୍ରହଣ କରୁନାହାନ୍ତି। ଯେଉଁମାନେ ୨୦୦୦ ଟଙ୍କିଆ ନୋଟ୍‌ ଦେଉଛନ୍ତି ସେମାନଙ୍କୁ ଖୁଚୁରା ଫେରାଇବା ସମ୍ଭବ ହେଉନାହିଁ। ଏପରି ସ୍ଥିତି ଗତ ୧୦ ଦିନ ହେବ ଲାଗି ରହିଛି। ଏହି କାରଣରୁ ମଦ ବିକ୍ରି ଯଥେଷ୍ଟ ହ୍ରାସ ପାଇଛି।

ରାଜ୍ୟରେ ଏବେ ୩୮୪୩ଟି ଲାଇସେନ୍ସପ୍ରାପ୍ତ ମଦ ଦୋକାନ ରହିଛି। ଏହି ମଦ ଦୋକାନ ଗୁଡିକରେ ବାର୍ଷିକ ପ୍ରାୟ ୨୦ କୋଟି ଲିଟର ମଦ କାରବାର ହୋଇଥାଏ। ଲାଇସେନ୍ସ ଗାଡଲାଇନ ଅନୁସାରେ ପ୍ରତି ଦମ ଦୋକାନ ମାଲିକଙ୍କ ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା ସ୍ଥିର ହୋଇଥାଏ। ଏହି କୋଟା ଅନୁସାରେ ମଦ ବିକ୍ରି କରି ନ ପାରିଲେ ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ ହୋଇଯିବାର ନିୟମ ରହିଛି। ଏବେ ଯେଉଁ ସ୍ଥିତି ଲାଗି ରହିଛି ଲାଇସେନ୍ସ ରଦ୍ଦ ହୋଇଯିବା ଚିନ୍ତାରେ ଘାରି ହେଉଛନ୍ତି ଦୋକାନ ମାଲିକମାନେ।

Related story