ସମ୍ପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା ଦାବିରେ ଆସନ୍ତାକାଲି କନ୍ଧମାଳ ବନ୍ଦ

କନ୍ଧମାଳ: ଜିଲ୍ଲାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ କନ୍ଧମାଳ  ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ନିଶା ଓ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ମଧ୍ୟ ଲଗାଯାଇଛି। ଏନେଇ ଅଭିଯାନର ଏକ ପ୍ରତିନିଧି ଦଳ ଜିଲ୍ଲା ବନ୍ଦ ବାବଦରେ କନ୍ଧମାଳ ଜିଲ୍ଲାପାଳଙ୍କୁ ମଧ୍ୟ  ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୫ ଦଫା ଦାବି ସମେତ ଜିଲ୍ଲାକୁ ନିଶା ମୁକ୍ତ କରିବା ପାଇଁ  ସମାଜ […]

kandamal

Rakesh Mallick
  • Published: Friday, 01 July 2016
  • , Updated: 01 July 2016, 12:10 PM IST

କନ୍ଧମାଳ: ଜିଲ୍ଲାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଜିଲ୍ଲା ଘୋଷଣା ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ କନ୍ଧମାଳ  ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ନିଶା ଓ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ମଧ୍ୟ ଲଗାଯାଇଛି। ଏନେଇ ଅଭିଯାନର ଏକ ପ୍ରତିନିଧି ଦଳ ଜିଲ୍ଲା ବନ୍ଦ ବାବଦରେ କନ୍ଧମାଳ ଜିଲ୍ଲାପାଳଙ୍କୁ ମଧ୍ୟ  ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୫ ଦଫା ଦାବି ସମେତ ଜିଲ୍ଲାକୁ ନିଶା ମୁକ୍ତ କରିବା ପାଇଁ  ସମାଜ ପକ୍ଷରୁ ବହୁଦିନ ଧରି ଆନ୍ଦୋଳନ କରାଯାଉଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ତେଣୁ ଦୁର୍ନୀତି ମୁକ୍ତ ଅଭିଯାନ ସମାଜ ପକ୍ଷରୁ  ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ବୋଲି କନ୍ଧମାଳ  ଜିଲ୍ଲା ବିକାଶ ପରିଷଦର ଆବାହକ କହିଛନ୍ତି।

Related story