ବନ୍ଧା ହେଲେ ରସିକିଆ ସରପଞ୍ଚ

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଆବାସ ଯୋଜନାରେ ଘର ଯୋଗାଇବା ବାହାନାରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ସରପଞ୍ଚ। ଏନେଇ ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ପୁଲିସ ଆଜି ଅଭିଯୁକ୍ତ ବିଜେଡି ସମର୍ଥିତ ସରପଞ୍ଚ ରମେଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ଗତକାଲି ସନ୍ଧ୍ୟାରେ ଥାନା ଭିତରକୁ ପଶି ପୀଡ଼ିତାଙ୍କୁ ମାଡ଼ ମାରିଥିବା ଲୋକଙ୍କ ବିରୋଧରେ ପୁଲିସ ମାମଲା ମଧ୍ୟ ରୁଜୁ କରିଛି। କେସିଙ୍ଗା ଏସ୍‌ଡିପିଓ ନିଜେ […]

kalahindi

kalahindi

Manoranjan Sial
  • Published: Thursday, 19 November 2020
  • Updated: 19 November 2020, 03:32 PM IST

Sports

Latest News

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଆବାସ ଯୋଜନାରେ ଘର ଯୋଗାଇବା ବାହାନାରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ସରପଞ୍ଚ। ଏନେଇ ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ପୁଲିସ ଆଜି ଅଭିଯୁକ୍ତ ବିଜେଡି ସମର୍ଥିତ ସରପଞ୍ଚ ରମେଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ଗତକାଲି ସନ୍ଧ୍ୟାରେ ଥାନା ଭିତରକୁ ପଶି ପୀଡ଼ିତାଙ୍କୁ ମାଡ଼ ମାରିଥିବା ଲୋକଙ୍କ ବିରୋଧରେ ପୁଲିସ ମାମଲା ମଧ୍ୟ ରୁଜୁ କରିଛି। କେସିଙ୍ଗା ଏସ୍‌ଡିପିଓ ନିଜେ ଘଟଣାର ତଦନ୍ତ  କରୁଛନ୍ତି।

ମଦନପୁର-ରାମପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କର ପରିବାର କେହିଲେ କେହି ନାହାନ୍ତି। ତାଙ୍କର ଘର ଭାଙ୍ଗି ଯାଇଥିଲା। ସେଥିପାଇଁ ସେ ପଞ୍ଚାୟତ ଅଫିସକୁ ଗୁହାରି କରିବାକୁ ଯାଇଥିଲେ। ପଞ୍ଚାୟତ ଅଫିସ୍‌ରେ ଉପସ୍ଥିତ ଥିବା ସରପଞ୍ଚ ରମେଶ ସାହୁ ତାଙ୍କୁ ଫର୍ମପୂରଣ କରିବାକୁ କହିଥିଲେ। ଯୁବତୀ ଜଣକ ଫର୍ମ ପୂରଣ କରି ଆସିଥିଲେ। ତେବେ ପଞ୍ଚାୟତ ଅଫିସରୁ ବାହାରିବା ସମୟରେ ସରପଞ୍ଚ ତାଙ୍କଠାରୁ ଫୋନ୍‌ ନମ୍ୱର ମାଗି ରଖିଥିଲେ।

କିଛି ଦିନରେ ସରପଞ୍ଚର ମହାଶୟ ଯୁବତୀଙ୍କ ପାଖକୁ ଫୋନ୍‌ କରି ପ୍ରେମ ନିବେଦନ କରିଥିଲେ। ଶାରୀରିକ ସମ୍ପର୍କରେ ରଖିଲେ ଆବାସ ଯୋଜନାରେ ଘର ଓ ପଇସା ଦେବି ବୋଲି ସରପଞ୍ଚ କହିଥିବା ଅଭିଯୋଗ ହୋଇଛି। ଏପରିକି ଥରେ କେହି ନଥିବାର ସୁଯୋଗ ନେଇ ସରପଞ୍ଚ ଘରକୁ ଆସି ବଳାତ୍କାର ଉଦ୍ୟମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଥିଲା।

ଗତକାଲି ପୀଡ଼ିତା ଏନେଇ ମଦନପୁର-ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସରପଞ୍ଚକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos