କଟକରେ ମ୍ୟାଜିକ୍‌ ଡେ’: ଯଦୁ ଦେଖାଇଲେ ଯାଦୁଗର

କଟକ (ଓଡ଼ିଶା ରିପୋର୍ଟର): କଳିଙ୍ଗ ମ୍ୟାଜିକ ସର୍କଲ ପକ୍ଷରୁ ପାଳନ ହୋଇଯାଇଛି ମ୍ୟାଜିକ ଡେ। କଟକ ଶ୍ରୀରାମଚନ୍ଦ୍ର ଭବନ ଠାରେ ଆୟୋଜିତ ଉତ୍ସବରେ ରାଜ୍ୟର ୧୭୦ ଜଣ ଯାଦୁଗର ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାର ଯାଦୁଖେଳ ପ୍ରଦର୍ଶନ କରିଥିଲେ।

ସେହିପରି ଯାଦୁ ଖେଳରେ ବ୍ୟବହୃତ ସାଜ ସରଞ୍ଜାମର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମ୍ୟାଜିକ୍‌ର ଆଧୁନିକ କଳା କୌଶଳ ସଂପର୍କରେ ଆଲୋଚନା କରାଯାଇଥିଲା।