ଆଜି ମହାଷଷ୍ଠୀ ପୂଜା; ମା’ଙ୍କୁ ସିଧାସଳଖ ଦର୍ଶନ କରିପାରିବେନି ଭକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ  ପୂଜା ପାଇବେ ଦୁର୍ଗତିନାଶିନୀ । ବିଧି ଅନୁଯାୟୀ ଷଷ୍ଠୀ ପୂଜା ପରେ ଆଜି ବେଲ ବରଣୀ ଏବଂ ପରେ ଚକ୍ଷୁଦାନ ଆଦି ନୀତିକାନ୍ତି ରହିଛି । ବିଧି ରକ୍ଷା ପାଇଁ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ହୋଇଛି। ହେଲେ କୋଭିଡ କଟକଣା ପାଇଁ ଭକ୍ତ ଏଥର ମା’ଙ୍କୁ  ସିଧାସଳଖ ଦର୍ଶନ କରିପାରିବେ ନାହିଁ।  ଅଧିକାଂଶ […]

maa

Niharika Rout
  • Published: Thursday, 22 October 2020
  • , Updated: 22 October 2020, 02:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ  ପୂଜା ପାଇବେ ଦୁର୍ଗତିନାଶିନୀ । ବିଧି ଅନୁଯାୟୀ ଷଷ୍ଠୀ ପୂଜା ପରେ ଆଜି ବେଲ ବରଣୀ ଏବଂ ପରେ ଚକ୍ଷୁଦାନ ଆଦି ନୀତିକାନ୍ତି ରହିଛି । ବିଧି ରକ୍ଷା ପାଇଁ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ହୋଇଛି।

ହେଲେ କୋଭିଡ କଟକଣା ପାଇଁ ଭକ୍ତ ଏଥର ମା’ଙ୍କୁ  ସିଧାସଳଖ ଦର୍ଶନ କରିପାରିବେ ନାହିଁ।  ଅଧିକାଂଶ ମଣ୍ଡପର କର୍ମକର୍ତ୍ତା ସ୍ୱର୍ଣ୍ଣ-ଚାନ୍ଦି ଅଳଙ୍କାରରେ ଆଭୂଷଣ ନକରି ତା ସ୍ଥାନରେ ନକଲି ଅଳଙ୍କାର ଓ ରଂଗୀନ ଜରି ମେଢରେ କାମ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

 

ଦେଖନ୍ତୁ : ଦୁର୍ଗା ମଣ୍ଡପରେ ଲକଡାଉନ ଯନ୍ତ୍ରଣାର ଦୃଶ୍ୟ ସହ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି

Related story