ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଓକିଲଙ୍କ ଆନ୍ଦୋଳନ। ଆଜିଠୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୁଇ ଦିନିଆ ମହାବନ୍ଦ ପାଳନ କରାଯାଉଛି। ଏଥିରେ ସମ୍ବଲପୁର ଜିଲ୍ଳା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି। ତେବେ ବଲାଙ୍ଗିର ଓକିଲ ସଂଘ ଏହି ବନ୍ଦରେ ସାମିଲ ହୋଇନି। ତେଣୁ ଏଠାରେ ମହାବନ୍ଦର ପ୍ରଭାବ ପଡ଼ି ନାହିଁ। ଜିଲ୍ଲାରେ ସ୍ୱାଭାବିକ ସ୍ଥିତି ରହିଛି।
ସମ୍ବଲପୁର
ବରଗଡ଼
ଦେବଗଡ଼ ଓ ଝାରସୁଗୁଡ଼ା
ଦେବଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର ବନ୍ଦ ରହିଛି। ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଇଛି। ଦେବଗଡ଼ରେ ଜାତୀୟ ରାଜପଥ ଉପରେ ଟ୍ରକ୍ ଗୁଡ଼ିକ ଧାଡ଼ି ହୋଇ ଛିଡ଼ା ହୋଇଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମଳିଛି। ବନ୍ଦକୁ ସମର୍ଥନ ଜଣାଇ ଜିଲ୍ଲାର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏହି ମହାବନ୍ଦ ପ୍ରଭାବରେ ଜିଲ୍ଲାର ସୋନପୁର, ବୀରମହାରାଜପୁର, ବିନିକା ଓ ରାମପୁର ଅଞ୍ଚଳରେ ସଂପୂର୍ଣ୍ଣ ବନ୍ଦ ରହିଛି।
ସୁନ୍ଦରଗଡ଼
ଏଠାରେ ଦୋକାନ ବଜାର, ସ୍କୁଲ୍, କଲେଜ୍ ଓ ବ୍ୟାଙ୍କ ସହ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଓକିଲ ସଂଘ ସଦସ୍ୟମାନେ ବିଜୁ ଏକ୍ସପ୍ରେସ୍ ୱେର କିରେଇ ବାଇପାସ, ରାଣୀବଗିଚା ବାଇପାସ, ସୁନ୍ଦରଗଡ ଏମ୍ସିଏଲ୍ ରାସ୍ତାର କଲେଜ ବାଇପାସଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁଁ ଶହ ଶହ ଗାଡ଼ିମଟର ଅଟକି ରହିବା ସହ ଏମ୍ସିଏଲ୍ରୁ କୋଇଲା ପରିବହନ ପୂରା ବନ୍ଦ ରହିଛି।
ବଲାଙ୍ଗିରରେ ୧ରୁ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନ ଦାବିରେ ଆସନ୍ତା ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ। ତା’ସହ ୩ ତାରିଖରେ ବଲାଙ୍ଗିର ଜିଲ୍ଲା ବନ୍ଦ ଏବଂ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ କୋର୍ଟ, କଚେରୀ ବନ୍ଦ କରାଯିବ ବୋଲି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି କହିଛି।