ତଥ୍ୟ ଦେଇ ପାରିଲାନି କେନ୍ଦ୍ର: ମହାନଦୀ ମାମଲାର ରାୟ ପୁଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନ ଜାଲରେ ପୁଣି ଛନ୍ଦି ହୋଇଛି ମହାନଦୀ ଜଳ ବିବାଦ ପ୍ରସଙ୍ଗ। ସୁପ୍ରିମକୋର୍ଟରେ ମହାନଦୀ ମାମଲାର ଶୁଣାଣି ଘୁଞ୍ଚି ଯାଇଛି। କେନ୍ଦ୍ର ସରକାର ତଥ୍ୟ ରଖି ନଥିବାରୁ କୋର୍ଟ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଟ୍ରିବୁନାଲ ଗଠନ ନେଇ କ୍ୟାବିନେଟ୍ ଡ୍ରାଫଟ୍ ନୋଟ୍ ପ୍ରସ୍ତୁତ ହୋଇସାରିଥିବା କେନ୍ଦ୍ର କୋର୍ଟଙ୍କୁ କହିଛି। ହେଲେ କେନ୍ଦ୍ର ସରକାର କାହିଁକି ତଥ୍ୟ ରଖୁନାହାନ୍ତି ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏଭଳି ସ୍ଥିତିରେ […]

mahanadi-bridge

Rakesh Mallick
  • Published: Monday, 28 August 2017
  • , Updated: 28 August 2017, 11:08 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନ ଜାଲରେ ପୁଣି ଛନ୍ଦି ହୋଇଛି ମହାନଦୀ ଜଳ ବିବାଦ ପ୍ରସଙ୍ଗ। ସୁପ୍ରିମକୋର୍ଟରେ ମହାନଦୀ ମାମଲାର ଶୁଣାଣି ଘୁଞ୍ଚି ଯାଇଛି। କେନ୍ଦ୍ର ସରକାର ତଥ୍ୟ ରଖି ନଥିବାରୁ କୋର୍ଟ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଟ୍ରିବୁନାଲ ଗଠନ ନେଇ କ୍ୟାବିନେଟ୍ ଡ୍ରାଫଟ୍ ନୋଟ୍ ପ୍ରସ୍ତୁତ ହୋଇସାରିଥିବା କେନ୍ଦ୍ର କୋର୍ଟଙ୍କୁ କହିଛି। ହେଲେ କେନ୍ଦ୍ର ସରକାର କାହିଁକି ତଥ୍ୟ ରଖୁନାହାନ୍ତି ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଏଭଳି ସ୍ଥିତିରେ ମହାନଦୀ ଜଳବଣ୍ଟନ ଟ୍ରିବ୍ୟୁନାଲର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ତଥ୍ୟ ରଖିବା ଲାଗି ସମୟ ଗଡାଇ ଚାଲିଥିବାରୁ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ମଧ୍ୟ ଘୁଞ୍ଚି ଘୁଞ୍ଚି ଚାଲିଛି। ସୁପ୍ରିମକୋର୍ଟରେ ଆଜି ମହାନଦୀ ମାମଲାର ଶୁଣାଣି ହୋଇଥିଲା। ଆଜି ବି କେନ୍ଦ୍ର ସରକାର ତଥ୍ୟ ରଖିପାରି ନଥିଲେ ଓ ତଥ୍ୟ ରଖିବାକୁ ୪ ସପ୍ତାହ ସମୟ ମାଗିଥିଲେ। ପୂର୍ବରୁ ମଧ୍ୟ କେନ୍ଦ୍ର ଦୁଇ ଥର ସମୟ ମାଗିଥିଲା।

ଏପଟେ ଟ୍ରିବ୍ୟୁନାଲ ଗଠନ ନେଇ କ୍ୟାବିନେଟ୍ ଡ୍ରାଫ୍ଟ ନୋଟ୍ ପ୍ରସ୍ତୁତ ହୋଇସାରିଥିଲେ ବି ପ୍ରକ୍ରିୟାରେ କାହିଁକି ବିଳମ୍ବ ହେଉଛି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ପରୋକ୍ଷରେ ଛତିଶଗଡ ସରକାରଙ୍କୁ ପ୍ରକଳ୍ପ ଶେଷ କରିବା ଲାଗି ସୁଯୋଗ ଦେବାକୁ କେନ୍ଦ୍ର ସରକାର ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ହେଉଛି। ରିଭର ଡିସପୁଟ ଆକ୍ଟରେ ସଂଶୋଧନ କରି କେନ୍ଦ୍ର ସରକାର ଏକକ ଟ୍ରିବ୍ୟୁନାଲ ଗଠନ ଯୋଜନାରେ ଅଛନ୍ତି। ତେଣୁ ମହାନଦୀ ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ କରାଯାଉଛି କି ? ସେପଟେ ସୁପ୍ରିମକୋର୍ଟରେ ସମୟ ଗଡାଇ ଚାଲିଥିବାରୁ ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ପାଲଟା ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛି।

ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ପ୍ରକଳ୍ପ ନିର୍ମାଣକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିବାଦର ସମାଧାନ ଲାଗି ଏକ ଟ୍ରିବ୍ୟୁନାଲ ଗଠନ ଲାଗି ରାଜ୍ୟ ସରକାର ଆବେଦନ କରିଛନ୍ତି। ଏଥିରେ ଛତିଶଗଡ଼ ଓ କେନ୍ଦ୍ର ପକ୍ଷଭୁକ୍ତ ଅଛନ୍ତି। ତେବେ କେନ୍ଦ୍ରର ଅସହଯୋଗ ଯୋଗୁ ଏହି ଆଇନଗତ ଲଢେଇ ଆଗେଇ ପାରୁନାହିଁ।

Related story