ମହାନଦୀରେ ବୁଡ଼ି ଦୁଇ ଛାତ୍ର ମୃତ

ସାଲେପୁର: କଟକ କିଶୋରନଗର ନିକଟ ମହାନଦୀରେ ବୁଡି ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହ ମିଳିଛି। ଆଜି ତିନିଜଣ ଛାତ୍ର ଗାଧଉଥିବାବେଳେ ଏମାନେ ଭାସି ଯାଇଥିଲେ । ସେମାନେଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଉଦ୍ଧାର ପାଇଥିବା ଛାତ୍ରଙ୍କର ନାମ ବିଶ୍ୱବିଜୟ ଦାସ। ମୃତମୁଖରେ ପଡିଥିବା ଦୁଇ ଛାତ୍ର ହେଲେ ସୌମ୍ୟ ରଞ୍ଜନ ସାହୁ ଓ ଅଭିଷେକ ବସ୍ତିଆ। ସମସ୍ତଙ୍କ ଘର କଟକରେ ବୋଲି ଜଣାପଡିଛି। କିଶୋରନଗର ଠାରେ ଅନୁଷ୍ଠିତ ଶନିଶ୍ଚର ମେଳାରେ ପାଣିଢାଳି […]

student

Rakesh Mallick
  • Published: Saturday, 25 April 2015
  • , Updated: 25 April 2015, 10:02 AM IST

ସାଲେପୁର: କଟକ କିଶୋରନଗର ନିକଟ ମହାନଦୀରେ ବୁଡି ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହ ମିଳିଛି। ଆଜି ତିନିଜଣ ଛାତ୍ର ଗାଧଉଥିବାବେଳେ ଏମାନେ ଭାସି ଯାଇଥିଲେ । ସେମାନେଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।

ଉଦ୍ଧାର ପାଇଥିବା ଛାତ୍ରଙ୍କର ନାମ ବିଶ୍ୱବିଜୟ ଦାସ। ମୃତମୁଖରେ ପଡିଥିବା ଦୁଇ ଛାତ୍ର ହେଲେ ସୌମ୍ୟ ରଞ୍ଜନ ସାହୁ ଓ ଅଭିଷେକ ବସ୍ତିଆ। ସମସ୍ତଙ୍କ ଘର କଟକରେ ବୋଲି ଜଣାପଡିଛି। କିଶୋରନଗର ଠାରେ ଅନୁଷ୍ଠିତ ଶନିଶ୍ଚର ମେଳାରେ ପାଣିଢାଳି ମହାନଦୀରେ ଗାଧୋଉଥିବାବେଳେ ଏମାନେ ଭାସିଯାଇଥିଲେ।

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଖୋଜ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଥିଲେ।

Related story