ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡ଼ିଲେ ମହାପ୍ରଭୁ: କାଲିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ (ଓଡ଼ିଶା ରିପୋର୍ଟର): ସରିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଦୀର୍ଘ ୧୨ ଦିନ ପରେ ଆଜି ନୀଳକନ୍ଦରକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ରଥାରୂଢ଼ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣଙ୍କୁ ନିଆଯାଇ ରତ୍ନସିଂହାସନରେ ବିଜେ କରାଯାଇଛି। ଘୋଷଯାତ୍ରାର ଅନ୍ୟ ସମସ୍ତ ନୀତି ଭଳି ଆଜି ମଧ୍ୟ ସଅଳ ହୋଇଥିଲା ନୀଳାଦ୍ରି ବିଜେ। ପହଣ୍ଡି ପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ ଘଣ୍ଟା ଆଗରୁ ବିଜେ କାହାଳୀ ବାଜିଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ […]

mahaprabhu in temple

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 11:05 PM IST

ପୁରୀ (ଓଡ଼ିଶା ରିପୋର୍ଟର): ସରିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ଦୀର୍ଘ ୧୨ ଦିନ ପରେ ଆଜି ନୀଳକନ୍ଦରକୁ ବାହୁଡ଼ିଛନ୍ତି ଶ୍ରୀଜିଉ। ରଥାରୂଢ଼ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣଙ୍କୁ ନିଆଯାଇ ରତ୍ନସିଂହାସନରେ ବିଜେ କରାଯାଇଛି। ଘୋଷଯାତ୍ରାର ଅନ୍ୟ ସମସ୍ତ ନୀତି ଭଳି ଆଜି ମଧ୍ୟ ସଅଳ ହୋଇଥିଲା ନୀଳାଦ୍ରି ବିଜେ।

ପହଣ୍ଡି ପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ ଘଣ୍ଟା ଆଗରୁ ବିଜେ କାହାଳୀ ବାଜିଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ର ଓ ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡିରେ ନିଆଯାଇ ଥିଲା। ଶେଷରେ ଟାହିଆ ହଲାଇ ନୀଳାଦ୍ରି ବିଜେ ପହଣ୍ଡିରେ ବାହାରିଥିଲେ ସମସ୍ତଙ୍କ ପ୍ରିୟ କାଳିଆ ଠାକୁର। ତେବେ ତାଙ୍କୁ ବାଟରେ ଅଟକାଇଥିଲେ ଅଭିମାନୀ ମାଆ ଲକ୍ଷ୍ମୀ ଠାକୁରାଣୀ। ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହେବା ପରେ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥିଲେ ପ୍ରଭୁ ଜଗନ୍ନାଥ। ଆସନ୍ତାକାଲିଠାରୁ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି। ତା’ସହ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା।

Related story