ଅଧାବାଟରେ ପଇସା ମାଗିଲା ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ଗଲା ଛୁଆର ମୃତଦେହ

<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କାନ୍ଧରେ ନିଜ ପତ୍ନୀର ମୃତଦେହ ବୋହିଥିଲେ କଳାହାଣ୍ଡି ଜିଲ୍ଲାର ଦାନ ମାଝି। ଏହି ଘଟଣା ସମଗ୍ର ଭାରତରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏଥିପାଇଁ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଥିଲା ପ୍ରଶ୍ନ? ରାଜ୍ୟ ସରକାରଙ୍କୁ ବିଶ୍ୱ ଦରବାରରେ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଦାନ ମାଝିଙ୍କ ପରି ଘଟଣା ଯେପରି ଭବିଷ୍ୟତରେ ନଘଟୁ, ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ ମହାପ୍ରୟାଣ ଯୋଜନା। ମେଡ଼ିକାଲରୁ ମୃତଦେହ ଘରକୁ ନେବା ପାଇଁ ଏହି ସେବା କାର୍ଯ୍ୟକାରୀ ହେଉଥିଲା। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡ଼ୁନଥିଲା। ମାତ୍ର କେତେକ ଲାଭଖୋର ବ୍ୟକ୍ତିଙ୍କ ପାଇଁ ଏହି ସେବାରେ ଲାଗିଛି କଳଙ୍କ। ମହାପ୍ରୟାଣ ଗାଡ଼ି ଚାଳକ ମାଗିଥିବା ଟଙ୍କା ନପାଇବାରୁ ଅଧା ରାସ୍ତାରେ ଛାଡ଼ି ଚାଲିଗଲା ମୃତଦେହ। ଏପରି ଅମାନବୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।</p> <p>ମାର୍ଶାଘାଇ ଥାନା ଅନ୍ତର୍ଗତ ହାତିଆ ଗାଁର ଦେବାଶିଷ ମହାପାତ୍ରଙ୍କ ୪ ବର୍ଷର ପୁଅ ସତ୍ୟରଞ୍ଜନ ଆଜି ଘର ପଛ ପାର୍ଶ୍ୱ ପୋଖରୀ ହୁଡ଼ାରେ ଖେଳୁଥିଲା। ଅସାବଧାନତା ଯୋଗୁ ସେ ପାଣିରେ ପଡ଼ି ଯାଇଥିଲା। ପରିବାର ଲୋକେ ସତ୍ୟର ମୃତଦେହ ପୋଖରୀରୁ ଉଦ୍ଧାର କରି ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସତ୍ୟର ମୃତଦେହ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକେ ମହାପ୍ରୟାଣ ଗାଡ଼ିରେ ଘରକୁ ନେଉଥିଲେ। ମେଡ଼ିକାଲଠାରୁ ୧ କିମି ଦୂର ଗୋପ ଛକରେ ମହାପ୍ରୟାଣ ଗାଡ଼ି ଚାଳକ ପରିବାର ଲୋକଙ୍କୁ ୬୦୦ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ମାତ୍ର ପରିବାର ଲୋକେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ମୃତଦେହ ଓହ୍ଲାଇ ମହାପ୍ରୟାଣ ଗାଡ଼ି ଚାଳକ ପଳାଇ ଯାଇଥିଲା। ଶେଷରେ କିଛି ଉପାୟ ନପାଇ ପରିବାର ଲୋକେ ମୃତଦେହକୁ ବାଇକରେ ଘରକୁ ନେଇଥିଲେ।</p>

Ordigital Desk
  • Published: Monday, 08 January 2018
  • Updated: 08 January 2018, 07:48 PM IST

Sports

Latest News

<p>କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କାନ୍ଧରେ ନିଜ ପତ୍ନୀର ମୃତଦେହ ବୋହିଥିଲେ କଳାହାଣ୍ଡି ଜିଲ୍ଲାର ଦାନ ମାଝି। ଏହି ଘଟଣା ସମଗ୍ର ଭାରତରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏଥିପାଇଁ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଥିଲା ପ୍ରଶ୍ନ? ରାଜ୍ୟ ସରକାରଙ୍କୁ ବିଶ୍ୱ ଦରବାରରେ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଦାନ ମାଝିଙ୍କ ପରି ଘଟଣା ଯେପରି ଭବିଷ୍ୟତରେ ନଘଟୁ, ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ ମହାପ୍ରୟାଣ ଯୋଜନା। ମେଡ଼ିକାଲରୁ ମୃତଦେହ ଘରକୁ ନେବା ପାଇଁ ଏହି ସେବା କାର୍ଯ୍ୟକାରୀ ହେଉଥିଲା। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡ଼ୁନଥିଲା। ମାତ୍ର କେତେକ ଲାଭଖୋର ବ୍ୟକ୍ତିଙ୍କ ପାଇଁ ଏହି ସେବାରେ ଲାଗିଛି କଳଙ୍କ। ମହାପ୍ରୟାଣ ଗାଡ଼ି ଚାଳକ ମାଗିଥିବା ଟଙ୍କା ନପାଇବାରୁ ଅଧା ରାସ୍ତାରେ ଛାଡ଼ି ଚାଲିଗଲା ମୃତଦେହ। ଏପରି ଅମାନବୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।</p><p>ମାର୍ଶାଘାଇ ଥାନା ଅନ୍ତର୍ଗତ ହାତିଆ ଗାଁର ଦେବାଶିଷ ମହାପାତ୍ରଙ୍କ ୪ ବର୍ଷର ପୁଅ ସତ୍ୟରଞ୍ଜନ ଆଜି ଘର ପଛ ପାର୍ଶ୍ୱ ପୋଖରୀ ହୁଡ଼ାରେ ଖେଳୁଥିଲା। ଅସାବଧାନତା ଯୋଗୁ ସେ ପାଣିରେ ପଡ଼ି ଯାଇଥିଲା। ପରିବାର ଲୋକେ ସତ୍ୟର ମୃତଦେହ ପୋଖରୀରୁ ଉଦ୍ଧାର କରି ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସତ୍ୟର ମୃତଦେହ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକେ ମହାପ୍ରୟାଣ ଗାଡ଼ିରେ ଘରକୁ ନେଉଥିଲେ। ମେଡ଼ିକାଲଠାରୁ ୧ କିମି ଦୂର ଗୋପ ଛକରେ ମହାପ୍ରୟାଣ ଗାଡ଼ି ଚାଳକ ପରିବାର ଲୋକଙ୍କୁ ୬୦୦ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ମାତ୍ର ପରିବାର ଲୋକେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ମୃତଦେହ ଓହ୍ଲାଇ ମହାପ୍ରୟାଣ ଗାଡ଼ି ଚାଳକ ପଳାଇ ଯାଇଥିଲା। ଶେଷରେ କିଛି ଉପାୟ ନପାଇ ପରିବାର ଲୋକେ ମୃତଦେହକୁ ବାଇକରେ ଘରକୁ ନେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos