ମହିଳା ସୁରକ୍ଷା: କମିଶନରେଟ୍ ପୋଲିସର ମୋବାଇଲ୍ ଆପ୍ଲିକେସନ୍ ’ମୋ ସାଥୀ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନାରୀ ସୁରକ୍ଷା ଦିଗରେ କମିଶନରେଟ ପୋଲିସ୍ ଗ୍ରହଣ କରିଛି ଆଉ ଏକ ନୂଆ ପଦକ୍ଷେପ। ମାଧ୍ୟମ ଓ ପିଙ୍କ ଅଟୋ ପରେ କମିଶନରେଟ୍ ପୋଲିସ୍ ଆରମ୍ଭ କରିଛି ନୂଆ ଆପ୍ ’ମୋ ସାଥୀ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି ଆପର ଉଦଘାଟନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ପୋଲିସ୍ କମିଶନରେଟର ମୁଖ୍ୟ କାର୍ଯ୍ୟାଳୟ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କମିଶନରେଟ୍ ପୁଲିସର ଏହି ନୂତନ ସେବାକୁ ଉଦଘାଟନ କରିଥିଲେ। ଆଣ୍ଡ୍ରଏଡ୍ ମୋବାଇଲରେ କାର୍ଯ୍ୟ କରୁଥିବା ଏହି […]

chief

Rakesh Mallick
  • Published: Friday, 15 May 2015
  • , Updated: 15 May 2015, 07:38 AM IST

ଭୁବନେଶ୍ୱର: ନାରୀ ସୁରକ୍ଷା ଦିଗରେ କମିଶନରେଟ ପୋଲିସ୍ ଗ୍ରହଣ କରିଛି ଆଉ ଏକ ନୂଆ ପଦକ୍ଷେପ। ମାଧ୍ୟମ ଓ ପିଙ୍କ ଅଟୋ ପରେ କମିଶନରେଟ୍ ପୋଲିସ୍ ଆରମ୍ଭ କରିଛି ନୂଆ ଆପ୍ ’ମୋ ସାଥୀ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି ଆପର ଉଦଘାଟନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ପୋଲିସ୍ କମିଶନରେଟର ମୁଖ୍ୟ କାର୍ଯ୍ୟାଳୟ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କମିଶନରେଟ୍ ପୁଲିସର ଏହି ନୂତନ ସେବାକୁ ଉଦଘାଟନ କରିଥିଲେ।

ଆଣ୍ଡ୍ରଏଡ୍ ମୋବାଇଲରେ କାର୍ଯ୍ୟ କରୁଥିବା ଏହି ଆପ୍ ମାଧ୍ୟମରେ ଜଣେ ମହିଳା ସିଧାସଳଖ ପୋଲିସ୍ କଣ୍ଟ୍ରୋଲ ରୁମ୍ ସହିତ ସଂପର୍କ ସ୍ଥାପନ କରିପାରିବେ। କେବଳ ପାୱାର ବଟନ୍ ଦବାଇ ଦ୍ୱାରା ମୋବାଇଲର କ୍ୟାମେରା ଅନ୍ ହୋଇଯିବ ଓ ଏହାର ଚିତ୍ର ସିଧାସଳଖ ପୋଲିସ୍ କଣ୍ଟ୍ରୋଲ ରୁମରେ ଦେଖାଯିବ। ଆଉ ପୋଲିସ୍ କଣ୍ଟ୍ରୋଲ ରୁମ୍ ସଙ୍ଗେ ସଙ୍ଗେ ଏନେଇ ନିକଟସ୍ଥ ଥାନା ଅବା ପିସିଆରକୁ ତୁରନ୍ତ ଖବର ଦେବ। ସେହିପରି ଏହି ବଟନ ଦବାଇ ଅସୁବିଧାରେ ପଡ଼ିଥିବା ମହିଳା ନିଜ ସଂପର୍କୀୟମାନଙ୍କୁ ମଧ୍ୟ ଅବଗତ କରାଇପାରିବେ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପୁଲିସ୍ କମିଶନର ଡ. ଆର୍.ପି ଶର୍ମା, ଡିସିପି, ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related story