ରାଜ ପ୍ରସାଦରୁ ମୋହ ତୁଟାଇ ଆରପାରିକୁ ଚାଲିଗଲେ ଦାସୀ  

ରେଢାଖୋଲ:(ଓଡ଼ିଶା ରିପୋର୍ଟର) ସେଇ ରାଜ ପ୍ରସାଦ ଅଛି। ହେଲେ ସେଇ ରାଜ ଉଆସ ନାହିଁ କି ଚମକ ନାହିଁ। ଏବେ କେବଳ ଥୁଣ୍ଟା ବରଗଛ ଭଳି ସେ ଦଣ୍ଡାୟମାନ। ଦିନେ ଏହି  ରାଜମହଲର ଦାସୀ ଭାବେ ନିୟୋଜିତ ଥିବା ଶଙ୍କରା ବାଇ ଆଜି ସବୁ ସମ୍ପର୍କ ତୁଟାଇ ଆରପାରିକୁ ଚାଲିଯାଇଛନ୍ତି। ଆଉ ନାହାନ୍ତି ରେଢାଖୋଲ ରାଜ ଉଆସର ଦାସୀ ଶଙ୍କରା ବାଇ। ଜୀବନର ଶେଷ ସମୟରେ ଖାଲି  ଦୁଖ ଯନ୍ତ୍ରଣାରେ ତାଙ୍କର ବିତୁଥିଲା ଜୀବନ।  ଦିନେ ରାଜକାର୍ଯ୍ୟରୁ […]

690-9

Tapas Behera
  • Published: Tuesday, 08 December 2020
  • , Updated: 08 December 2020, 07:09 PM IST

ରେଢାଖୋଲ:(ଓଡ଼ିଶା ରିପୋର୍ଟର) ସେଇ ରାଜ ପ୍ରସାଦ ଅଛି। ହେଲେ ସେଇ ରାଜ ଉଆସ ନାହିଁ କି ଚମକ ନାହିଁ। ଏବେ କେବଳ ଥୁଣ୍ଟା ବରଗଛ ଭଳି ସେ ଦଣ୍ଡାୟମାନ। ଦିନେ ଏହି  ରାଜମହଲର ଦାସୀ ଭାବେ ନିୟୋଜିତ ଥିବା ଶଙ୍କରା ବାଇ ଆଜି ସବୁ ସମ୍ପର୍କ ତୁଟାଇ ଆରପାରିକୁ ଚାଲିଯାଇଛନ୍ତି। ଆଉ ନାହାନ୍ତି ରେଢାଖୋଲ ରାଜ ଉଆସର ଦାସୀ ଶଙ୍କରା ବାଇ। ଜୀବନର ଶେଷ ସମୟରେ ଖାଲି  ଦୁଖ ଯନ୍ତ୍ରଣାରେ ତାଙ୍କର ବିତୁଥିଲା ଜୀବନ।  ଦିନେ ରାଜକାର୍ଯ୍ୟରୁ ବେଶ ସୁରୁଖୁରୁରେ ଜୀବନ ବିତାଉ ଥିବା  ଶଙ୍କରା ବାଇ ସାୟାହ୍ନରେ ମାଗି ଯାଚି ହିଁ ଚଳୁଥିଲେ।

ତେବେ ଆଜି ତାଙ୍କର ଜୀବନ ଦୀପ ଲିଭିଗଲା ପରେ ରାଜ ଉଆସରୁ ଶ୍ମଶାନରେ ପହଞ୍ଚିଥିଲେ ଶଙ୍କରା ବାଇ। ସାହି, ପଡୋଶୀ, କିଛି ହାତ ଗଣତି ଲୋକଙ୍କ ମଧ୍ୟରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ନିଜର ବୋଲି ଯେଉଁମାନେ ଥିଲେ ଶେଷ ଦର୍ଶନ ପାଇଁ ବି ପହଞ୍ଚି ପାରିନଥିଲେ । ରେଢାଖୋଲ ରାଜପରିବାରର ଯଦୁମଣି ଦେଓଙ୍କ ତୃତୀୟ ପୁତ୍ର ରାଜକୁମାର ସତ୍ୟ ନାରାୟଣ ଦେବ ଗୁଜୁରାଟ ରାଜପରିବାର ରାଜକୁମାରୀ କନକ ଦେବୀଙ୍କୁ ବିବାହ କରିଥିଲେ। ସେ ସମୟରେ ପରମ୍ପରା ଅନୁଯାୟୀ ରାଜକୁମାରୀଙ୍କ ସେବା କରିବା ପାଇଁ ଦାସୀ ଭାବରେ ଶଙ୍କରା ବାଇ ରେଢାଖୋଲ ଚାଲି ଆସିଥିଲେ। ସେ ଦିନଠୁ ରାଜଉଆସର ସମସ୍ତ ଦାୟିତ୍ୱ ତାଙ୍କରି ଉପରି ନ୍ୟସ୍ତ ଥିଲା।

ରାଜତନ୍ତ୍ର ଚାଲିଗଲାପରେ ଅଲୋଡା ହୋଇଯାଇଥିଲେ। ପର ଘରେ ଆଶ୍ରୀତ ଥିଲେ ଶଙ୍କରା ବାଇ। ମୃତ୍ୟୁ ପୂର୍ବରୁ ଓଟିଭିକୁ ଶଙ୍କରା ଦାସୀ କହିଥିଲେ ମୋର ଆଉ ନିଜର ବୋଲି କେହି ନାହିଁ। ଘର ଖଣ୍ଡେ,ଖାଇବାକୁ ମୁଠେ ହେଲେ ଖାଇପିଇ ମରିବି। ଶେଷ ସମୟରେ ନିଜ ଘରେ ଆଶ୍ରୟ ଦେଇଥିବାରୁ ସମସ୍ତ କର୍ମକାର୍ଯ୍ୟ କରିବି ବୋଲି ଆଶ୍ରୟ ଦେଇଥିବା ବ୍ୟକ୍ତି କହିଛନ୍ତି।

Related story