ସ୍ୱାଭିମାନ ଅଞ୍ଚଳରେ ଲାଲ୍‌ବାହିନୀକୁ ଶକ୍ତ ଚାପୁଡ଼ା: ୨ ମାଓବାଦୀଙ୍କୁ ସବକ୍ ଶିଖାଇଲେ ଗାଁ ଲୋକେ

ମାଲକାନଗିରି(ଓଡ଼ିଶା ରିପୋର୍ଟର) ସ୍ୱାଭିମାନ ଅଞ୍ଚଳରେ ଧୂଳିସାତ୍ ହୋଇଛି ମାଓବାଦୀଙ୍କ ଧମକ। ବନ୍ଧୁକକୁ ଶକ୍ତିହୀନ କରିଛି ଧନୁତୀର। ସରକାରଙ୍କ ପକ୍ଷରୁ ଚାଲିଥିବା ରାସ୍ତାକାମକୁ ବିରୋଧ ପାଇଁ ଜନ୍ତୁରାଇ ଗାଁ ଲୋକଙ୍କୁ ଆସି ଧମକାଇବାବେଳେ ଲୋକଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଆଉ ଜଣଙ୍କୁ ବି ଘାଇଲା କରିଛନ୍ତି। ଲୋକଙ୍କ ଏଭଳି ରୋଷର ସାମ୍ନା କରିନପାରି ଲାଲବାହିନୀ  କିଛି ଲୋକଙ୍କ ଘରେ ନିଆଁ ଲଗାଇ ପଳାଇଛନ୍ତି। ମାଓବାଦୀଙ୍କୁ ମାରିଲେ ଗାଁ ଲୋକେ। ବନ୍ଧୁକ ସହ ଲଢେଇରେ […]

b-9081

Tapas Behera
  • Published: Sunday, 26 January 2020
  • , Updated: 26 January 2020, 07:51 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର) ସ୍ୱାଭିମାନ ଅଞ୍ଚଳରେ ଧୂଳିସାତ୍ ହୋଇଛି ମାଓବାଦୀଙ୍କ ଧମକ। ବନ୍ଧୁକକୁ ଶକ୍ତିହୀନ କରିଛି ଧନୁତୀର। ସରକାରଙ୍କ ପକ୍ଷରୁ ଚାଲିଥିବା ରାସ୍ତାକାମକୁ ବିରୋଧ ପାଇଁ ଜନ୍ତୁରାଇ ଗାଁ ଲୋକଙ୍କୁ ଆସି ଧମକାଇବାବେଳେ ଲୋକଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଆଉ ଜଣଙ୍କୁ ବି ଘାଇଲା କରିଛନ୍ତି। ଲୋକଙ୍କ ଏଭଳି ରୋଷର ସାମ୍ନା କରିନପାରି ଲାଲବାହିନୀ  କିଛି ଲୋକଙ୍କ ଘରେ ନିଆଁ ଲଗାଇ ପଳାଇଛନ୍ତି।

ମାଓବାଦୀଙ୍କୁ ମାରିଲେ ଗାଁ ଲୋକେ। ବନ୍ଧୁକ ସହ ଲଢେଇରେ ବିଜୟୀ ହେଲା ଧନୁତୀର । ଚମକାଇ ଦେଲା ଭଳି ଘଟଣା ଘଟିଛି ମାଲାକାନାଗିରି ସ୍ୱାଭିମାନ ଅଂଚଳର ଜନ୍ତୁରାଇ ଗାଁରେ ଶନିବାର ମଝି ରାତିରେ ଗାଁକୁ ଆସି କିଛି ମାଓବାଦୀ ସରକାରଙ୍କ ରାସ୍ତା କାମକୁ ବିରୋଧ କରିବାକୁ ଲୋକଙ୍କୁ ଧମକାଇଥିଲେ। ହେଲେ ସେ ଧମକରେ ନଡରି ହିମତ୍ ଜୁଟାଇ ମୁକାବିଲା କରିଥିଲେ ଅଞ୍ଚଳବାସୀ। ଏମିତିକି ବିଳମ୍ବ ନକରି ତୁରନ୍ତ ଧନୁତୀରରେ ଜବାବ ଦେଇଥିଲେ ସେ । ଲଢେଇରେ କୁଡୁଗୁଲୁଗୁମ୍ମା ଦଳମର ସଦସ୍ୟ ଗଙ୍ଗା ମାଢି ଓରଫ ଆଡମ୍‌ର ମୃତ୍ୟୁ ଘଟିଛି । ଯାହା ନାଁରେ ଥିଲା ଲକ୍ଷେ ଟଙ୍କା ପୁରସ୍କାର । ସେହିଭଳି ଅନ୍ୟଜଣେ ମାଓବାଦୀ ତଥା ଏରିଅଆ କମିଟି ମେମ୍ବର ଜିପ୍ରୋ ବି ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛି। ସେ ବି ପୁଲିସ ହେପାଜତରେ। ତା ନାଁରେ ରହିଛି ୪ ଲକ୍ଷ ଟଙ୍କାର ପୁରସ୍କାର।

ସାଧାରଣତଃ ନିରୀହ ଗାଁ ଲୋକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରନ୍ତି ମାଓବାଦୀ । ତଥ୍ୟ ଅନୁସାରେ ମାଲକାନଗିରି ସ୍ୱାଭିମାନ ଅଂଚଳରେ ଗତ କିଛି ବର୍ଷ ଭିତରେ ୩୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ତାସହ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୩୫ରୁ ଅଧିକ ଲାଲବାହିନୀ।

Related story