ନଭେମ୍ବର ୩୦ରେ ହେବ ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ

make in odisha conclave held november 30

make-in-odisha

Ordigital Desk
  • Published: Wednesday, 29 June 2022
  • , Updated: 29 June 2022, 07:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଆସନ୍ତା ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ତୃତୀୟ ସଂସ୍କରଣ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ଯୋଗୁ ଓଡ଼ିଶା ସରକାରଙ୍କ ଏହି ବିଶ୍ୱସ୍ତରୀୟ ପୁଞ୍ଜିନିବେଶକ ସମ୍ମିଳନୀ ‘ମେକ ଇନ୍ ଓଡ଼ିଶା’ ଗତ ଦୁଇବର୍ଷ ଧରି ବନ୍ଦ ରହିଥିଲା ।

ଦୁବାଇର ବିଜିନେସ୍ ବେ’ ସ୍ଥିତ ହୋଟେଲ ଓବରେଇରେ ଆଜି ଅନୁଷ୍ଠିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ କାର୍ଯକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ତୃତୀୟ ସଂସ୍କରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକାର ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଓଡ଼ିଶାରେ ବ୍ୟବସାୟର ସୁଯୋଗ ନେବାକୁ ଆହ୍ୱାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ମେଟାଲ ଓ ମେଟାଲ ଡାଉନଷ୍ଟ୍ରିମ୍ , କେମିକାଲସ ଓ ପେଟ୍ରୋକେମିକାଲସ୍ , ଟେକ୍ସଟାଇଲ୍ ଓ ଆପେରାଲ ସମେତ ଟେକ୍ନିକାଲ ଟେକ୍ସଟାଇଲ, ସି’ ଫୁଡ୍ ସମେତ ଫୁଡ୍ ପ୍ରୋସେସିଂ, ଲଜିଷ୍ଟିକ୍ ଓ କ୍ଲିନ୍ ଏନର୍ଜି ଆଦି କ୍ଷେତ୍ରକୁ ଆସନ୍ତା ମେକ୍ ଇନ୍ କନକ୍ଲେଭରେ ଗୁରୁତ୍ୱ ଦିଆଯିବ ।

ସୂଚନାଯୋଗ୍ୟ, ଓଡ଼ିଶା ସରକାର ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ୨୦୧୮ ମସିହାରୁ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ତେବେ କରୋନା ମହାମାରୀ ଯୋଗୁ ଏହା ୨୦୨୦ ଓ ୨୦୨୧ ମସିହାରେ ଆୟୋଜିତ ହୋଇପାରିନଥିଲା ।

Related story