ଦୋଷ ସ୍ୱୀକାର କଲେ ମାଲା, କାର୍ଯ୍ୟାନୁଷ୍ଠାନ ନ ନେବାକୁ ଅନୁରୋଧ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଉପ-ଜିଲ୍ଲାପାଳ ରିଟର୍ଣ୍ଣିଂ ଅଫିସର୍‌ ପଠାଇଥିବା ନୋଟିସ୍‌ର ଜବାବ ଦେଇ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାଲା ମାଢ଼ି ନିଜ ଦୋଷ ସ୍ୱୀକାର କରିବା ସହିତ ଆଗକୁ ଏଭଳି ଭୁଲ୍ ହେବ ନାହିଁ ବୋଲି କହିଛନ୍ତି। ଏହା ସହିତ ତାଙ୍କୁ କ୍ଷମା କରି ଦେବାକୁ ଓ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ସେ ଉପ-ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଗତ ୧୮ ତାରିଖରେ […]

malamadhi

malamadhi

Jitendra Garnayak
  • Published: Thursday, 21 March 2019
  • Updated: 21 March 2019, 10:45 AM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ଉପ-ଜିଲ୍ଲାପାଳ ରିଟର୍ଣ୍ଣିଂ ଅଫିସର୍‌ ପଠାଇଥିବା ନୋଟିସ୍‌ର ଜବାବ ଦେଇ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାଲା ମାଢ଼ି ନିଜ ଦୋଷ ସ୍ୱୀକାର କରିବା ସହିତ ଆଗକୁ ଏଭଳି ଭୁଲ୍ ହେବ ନାହିଁ ବୋଲି କହିଛନ୍ତି। ଏହା ସହିତ ତାଙ୍କୁ କ୍ଷମା କରି ଦେବାକୁ ଓ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ସେ ଉପ-ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ଗତ ୧୮ ତାରିଖରେ ମାଲା ମାଢ଼ି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ କରିବାକୁ ସେ ଶୋଭାଯାତ୍ରା କରି ଉପ-ଜିଲ୍ଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲେ। ଶୋଭାଯାତ୍ରାରେ ଗାଡ଼ି, ମାଇକ୍ ଓ ଲାଉଡ୍‌ସ୍ପିକର ଆଦି ବ୍ୟବହୃତ ହୋଇଥିଲା। ତେବେ ଏଥିପାଇଁ ସେ ଉଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ନଥିଲେ। ସେଥିପାଇଁ ସେହି ଦିନ ଉପ-ଜିଲ୍ଲାପାଳ ତାଙ୍କ ପାଖକୁ ଏକ ନୋଟିସ୍ ପଠାଇ ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି କହି ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଜବାବ ମାଗିଥିଲେ।

ଶ୍ରୀ ମାଢ଼ି ଉପ-ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ, ସେ ଯେଉଁ ଦିନ ନାମାଙ୍କନ ପତ୍ର ଦାଖଲ କଲେ ତା’ପୂର୍ବଦିନ ଛୁଟି ଥିଲା। ତେଣୁ ସେ ଏଥିପାଇଁ ଆବଶ୍ୟକ ହେଉଥିବା ଅନୁମତି ନେଇପାରିଲେ ନାହିଁ। ନାମାଙ୍କନ ପତ୍ର ଦାଖଲ ଦିନ ଆମ ଜିଲ୍ଲା ସଭାପତି ଆପଣଙ୍କୁ ଓ ମାଲକାନଗିରି ଆଇଆଇସିଙ୍କୁ ମୌଖିକ ଭାବେ ଅବଗତ କରାଇଥିଲେ। ତେବେ ନାମାଙ୍କନ ପତ୍ର ଦାଖଲ ପରେ ପରେ ସେ ଅନୁଭବ କଲେ ଯେ ତାଙ୍କର ଭୁଲ୍ ହୋଇଯାଇଛି। ଏହା ପରେ ଆମ କାର୍ଯ୍ୟକାରୀ ସଭାପତି ସେହିଦିନ ସନ୍ଧ୍ୟାରେ ଏ ବିଷୟରେ ଜିଲ୍ଲାପାଳଙ୍କ ନିକଟରେ ସମସ୍ତ ତଥ୍ୟ ରଖିଥିଲେ। ଲିଖିତ ଭାବେ ତାଙ୍କୁ ସବୁ କଥା କୁହାଯାଇଥିଲା।

ମାଲା ଆହୁରି କହିଛନ୍ତି ଯେ ସେଦିନ ଶୋଭାଯାତ୍ରାରେ ୩୦୦ଟି ବାଇକ୍‌, ୨୦ଟି ବୋଲେରୋ ଓ ଗୋଟିଏ ମାଇକ୍ ସେଟ୍ ବ୍ୟବହାର କରାଯାଇଥିଲା। ତେବେ ସେ ଜାଣିଣୁଣି ଅନୁମତି ନେବାକୁ ଏଡ଼ାଇ ଯାଇ ନଥିଲେ। ଆଗକୁ ଏଭଳି ଭୁଲ୍ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos