ମାଲକାନଗିରି: ୬୦ ପରିବାରଙ୍କୁ ତିନି ଦିନ ପାଇଁ ଥଇଥାନ କଲା ଜିଲ୍ଲା ପ୍ରଶାସନ

ମାଲକାନଗିରି : ମାଓବାଦୀଙ୍କ ଭୟରେ ବିଛିନ୍ନାଞ୍ଚଳରୁ ଘରଛାଡ଼ି ମାଲକାନଗିରି ସଦର ମହକୁମାକୁ ଚାଲିଆସିଥିବା ଲୋକମାନଙ୍କ ପାଇଁ ସାମୟିକ ଭାବେ ଥଇଥାନର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ସଦର ମହକୁମା ଚିତ୍ରକୋଣ୍ଡାରେ ଘରଛାଡି ଆସିଥିବା ଗ୍ରାମବାସୀଙ୍କୁ ୩ଦିନ ପାଇଁ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଛି। ତାପରେ କଣ ପଦକ୍ଷେପ ନିଆଯିବ ତାହା ପ୍ରଶାସନ ନିଷ୍ପତ୍ତି ନେବ। ଗତ ଗୁରୁବାରରେ ମାଓବାଦୀଙ୍କ ଭୟରେ ଘର ଛାଡ଼ିଥିଲେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଅଣ୍ଡ୍ରାପାଲି ଓ ପଣସପୁଟ ଗାଁର ୬୦ଟି ପରିବାରର […]

vlcsnap-2015-06-04-13h42m00s490

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 07:16 AM IST

ମାଲକାନଗିରି : ମାଓବାଦୀଙ୍କ ଭୟରେ ବିଛିନ୍ନାଞ୍ଚଳରୁ ଘରଛାଡ଼ି ମାଲକାନଗିରି ସଦର ମହକୁମାକୁ ଚାଲିଆସିଥିବା ଲୋକମାନଙ୍କ ପାଇଁ ସାମୟିକ ଭାବେ ଥଇଥାନର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ସଦର ମହକୁମା ଚିତ୍ରକୋଣ୍ଡାରେ ଘରଛାଡି ଆସିଥିବା ଗ୍ରାମବାସୀଙ୍କୁ ୩ଦିନ ପାଇଁ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଛି। ତାପରେ କଣ ପଦକ୍ଷେପ ନିଆଯିବ ତାହା ପ୍ରଶାସନ ନିଷ୍ପତ୍ତି ନେବ।

ଗତ ଗୁରୁବାରରେ ମାଓବାଦୀଙ୍କ ଭୟରେ ଘର ଛାଡ଼ିଥିଲେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଅଣ୍ଡ୍ରାପାଲି ଓ ପଣସପୁଟ ଗାଁର ୬୦ଟି ପରିବାରର ସଦସ୍ୟମାନେ ।ଏହାପରେ ମାଲକାନଗିରି ଏସପି ମିତ୍ରଭାନୁ ମହାପତ୍ରଙ୍କୁ ଭେଟି ସୁରକ୍ଷା ଯୋଗାଇ ଦେବାକୁ ଅନୁରାଧ କରିଥିଲେ। ଏହାପରେ ଏସପି ସେମନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିଥିଲେ।

Related story