ମାଲକାନଗିରି: ଏନକାଉଣ୍ଟରରେ ମୃତ ୩ ମାଓବାଦୀଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ

ମାଲକାନଗିରି: ମାଲକାନଗିରି ଭେଜାଗୁଡ଼ା ଜଙ୍ଗଲରେ ଗତ ଶନିବାର ପୋଲିସ୍ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ୩ ମାଓବାଦୀଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗତକାଲି ପୋଲିସକୁ ସେମାନଙ୍କ ପରିଚୟ ମିଳିଥିଲା। ମୃତଦେହଗୁଡ଼ିକୁ ନେବା ପାଇଁ ସେମାନଙ୍କ ପରିବାର ଲୋକେ ସଦର ମହକୁମା ଥାନାରେ ପହଞ୍ଚିଥିଲେ। ମୃତକଙ୍କ ମଧ୍ୟରୁ ମାଓନେତା ସୁନାଧର ଡିସିଏମ୍ କ୍ୟାଡର ଓ ଲଛମନ କୁଞ୍ଜ।ମି ଏସିଏମ୍ କ୍ୟାଡର ଥିଲେ। ଏମାନଙ୍କ ଘର ଛତିଶଗଡର କିରଣ୍ଡୁଲ ଥାନା ଅଞ୍ଚଳରେ। ତୃତୀୟ ଜଣକ ମାଲକାନଗିରି ଜିଲ୍ଲା ମାଥିଲି ଥାନା […]

malkangiri

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 01:28 PM IST

ମାଲକାନଗିରି: ମାଲକାନଗିରି ଭେଜାଗୁଡ଼ା ଜଙ୍ଗଲରେ ଗତ ଶନିବାର ପୋଲିସ୍ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ୩ ମାଓବାଦୀଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗତକାଲି ପୋଲିସକୁ ସେମାନଙ୍କ ପରିଚୟ ମିଳିଥିଲା। ମୃତଦେହଗୁଡ଼ିକୁ ନେବା ପାଇଁ ସେମାନଙ୍କ ପରିବାର ଲୋକେ ସଦର ମହକୁମା ଥାନାରେ ପହଞ୍ଚିଥିଲେ। ମୃତକଙ୍କ ମଧ୍ୟରୁ ମାଓନେତା ସୁନାଧର ଡିସିଏମ୍ କ୍ୟାଡର ଓ ଲଛମନ କୁଞ୍ଜ।ମି ଏସିଏମ୍ କ୍ୟାଡର ଥିଲେ। ଏମାନଙ୍କ ଘର ଛତିଶଗଡର କିରଣ୍ଡୁଲ ଥାନା ଅଞ୍ଚଳରେ। ତୃତୀୟ ଜଣକ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗଲିଆ ଗୁଡାର ଘାସି ମସାକି ବୋଲି ଜଣାପଡିଛି।

ମୃତ ସୁନାଧର ଓ ଲଛମନ ୮ ବର୍ଷ ହେବ ମାଓ ସଙ୍ଗଠନରେ ଯୋଗ  ଦେଇଥିଲେ। ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ଭେଜାଗୁଡା ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ଗତ ଶନିବାର ଦିନ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ କ୍ୟାଡର ମାଓବାଦୀ ଥିବା ଜଣାପଡିଥିଲା। ଡିଭିଏଫ୍ ପକ୍ଷରୁ ଭେଜାଗୁଡ଼ା ଜଙ୍ଗଲରେ କମ୍ୱିଂ ଚାଲିଥିଲା ବେଳେ ଏହି ଗୁଳିବିନିମୟ ହୋଇଥିଲା।

Related story