ମାଲକାନଗିରିରେ ବ୍ୟାପୁଛି ଅଜଣା ରୋଗ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ତମାନପଲ୍ଲୀ ପରେ ଏବେ କାଟନପାଲି ଗାଁରେ ଅଜଣା ରୋଗର ଆତଙ୍କ। ୨୨ରୁ ୨୫ଜଣ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଥଣ୍ଡା କାଶ ପରେ ଜ୍ୱର ହୋଇ ଗୁରୁତର ହେବା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଶିଶୁମାନଙ୍କୁ କାଲିମେଳା ଚିକିତ୍ସା ପାଇଁ ପଠାଯିବ। ଗତ ୫ଦିନ ହେବ କୋରାପୁଟରୁ ଏକ ଡାକ୍ତରୀଟିମ୍‌ କାଲିମେଳାରେ ରହି ସ୍ଥିତି ଅନୁଧ୍ୟାନ କରୁଛି। ଶିଶୁମାନଙ୍କ ବୟସ ପ୍ରାୟ ୫ […]

malkangiri

Manoranjan Sial
  • Published: Tuesday, 19 November 2019
  • , Updated: 19 November 2019, 04:59 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ତମାନପଲ୍ଲୀ ପରେ ଏବେ କାଟନପାଲି ଗାଁରେ ଅଜଣା ରୋଗର ଆତଙ୍କ। ୨୨ରୁ ୨୫ଜଣ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଥଣ୍ଡା କାଶ ପରେ ଜ୍ୱର ହୋଇ ଗୁରୁତର ହେବା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଶିଶୁମାନଙ୍କୁ କାଲିମେଳା ଚିକିତ୍ସା ପାଇଁ ପଠାଯିବ।

ଗତ ୫ଦିନ ହେବ କୋରାପୁଟରୁ ଏକ ଡାକ୍ତରୀଟିମ୍‌ କାଲିମେଳାରେ ରହି ସ୍ଥିତି ଅନୁଧ୍ୟାନ କରୁଛି। ଶିଶୁମାନଙ୍କ ବୟସ ପ୍ରାୟ ୫ ବର୍ଷ ମଧ୍ୟରେ ହେବ। ଗତ ୨୦ ଦିନ ତଳେ ତାମାନପଲ୍ଲୀରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

Related story