ଚିତ୍ରକୋଣ୍ଡାରେ ଚକ୍କର କାଟିବ ବୁଲେଟ୍‌ପ୍ରୁଫ୍‌ ବୋଟ୍‌: ମାଓ ଦମନ ପାଇଁ ବିଏସ୍‌ଏଫ୍‌ର ନୂଆ ରଣନୀତି

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳକୁ ଖୁବ୍‌ଶୀଘ୍ର ଦୁଇଟି ବୁଲେଟ୍‌ ପ୍ରୁଫ୍‌ ବୋଟ୍‌ ଯୋଗାଇ ଦିଆଯିବ। ଏହାଦ୍ୱାରା ବିଚ୍ଛିନ୍ନାଞ୍ଚଳରେ ପାଟ୍ରୋଲିଂ ତ୍ୱରାନ୍ୱିତ ହେବା ସହିତ ମାଓ ଅପରେସନରେ ସହାୟକ ହେବ ବୋଲି ବିଏସ୍‌ଏଫ୍‌ ଡିଜି କେକେ ଶର୍ମା କହିଛନ୍ତି। ଆଜି ବିଏସ୍‌ଏଫ୍‌ ଡିଜି ଭୁବନେଶ୍ୱରରେ ପୋଲିସ ଡିଜି କେବି ସିଂଙ୍କୁ ସାକ୍ଷାତ କରିବା ଅବସରରେ ଏହା କହିଛନ୍ତି। ମାଓ ମୁକାବିଲା ରଣନୀତି ନେଇ ଖବର ଆଦାନ ପ୍ରଦାନ, ବିଏସ୍‌ଏଫ୍‌ ମୁତୟନ ସହିତ ମାଓ ଅପରେସନ ଦିଗରେ ବିଏସ୍‌ଏଫ୍‌କୁ କିପରି […]

BSF-DG-1-550x430

Rakesh Mallick
  • Published: Wednesday, 19 April 2017
  • , Updated: 20 April 2017, 10:08 AM IST

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳକୁ ଖୁବ୍‌ଶୀଘ୍ର ଦୁଇଟି ବୁଲେଟ୍‌ ପ୍ରୁଫ୍‌ ବୋଟ୍‌ ଯୋଗାଇ ଦିଆଯିବ। ଏହାଦ୍ୱାରା ବିଚ୍ଛିନ୍ନାଞ୍ଚଳରେ ପାଟ୍ରୋଲିଂ ତ୍ୱରାନ୍ୱିତ ହେବା ସହିତ ମାଓ ଅପରେସନରେ ସହାୟକ ହେବ ବୋଲି ବିଏସ୍‌ଏଫ୍‌ ଡିଜି କେକେ ଶର୍ମା କହିଛନ୍ତି। ଆଜି ବିଏସ୍‌ଏଫ୍‌ ଡିଜି ଭୁବନେଶ୍ୱରରେ ପୋଲିସ ଡିଜି କେବି ସିଂଙ୍କୁ ସାକ୍ଷାତ କରିବା ଅବସରରେ ଏହା କହିଛନ୍ତି।

ମାଓ ମୁକାବିଲା ରଣନୀତି ନେଇ ଖବର ଆଦାନ ପ୍ରଦାନ, ବିଏସ୍‌ଏଫ୍‌ ମୁତୟନ ସହିତ ମାଓ ଅପରେସନ ଦିଗରେ ବିଏସ୍‌ଏଫ୍‌କୁ କିପରି ଅଧିକ ବ୍ୟବହାର କରିହେବ ସେନେଇ ଆଲୋଚନା କରାଯାଇଥିଲା। ବୈଠକରେ ବିଏସ୍‌ଏଫ୍‌ର ଆଡିସିନାଲ ଡିଜି, ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଆଇଜି ଅପରେସନ୍‌ ଆରପି କୋଚେ ପ୍ରମୁଖ ଉପସ୍ଥିତ ଥିଲେ।

Related story