ବର୍ଷା ବିତ୍ପାତ: ରାସ୍ତାରେ ଅଟକିଲା ଆମ୍ୱୁଲାନ୍ସ

ମାଲକାନଗିରି: ବର୍ଷା ବିତ୍ପାତରେ ମାଲକାନଗିରି ଜିଲ୍ଲା ବେହାଲ ହୋଇଛି। ମାଓ ପ୍ରବଣ ଏହି ଜିଲ୍ଲାର ଅଧିକାଂଶ ସ୍ଥାନକୁ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମେଡିକାଲରେ ପହଞ୍ଚି ପାରୁନାହାନ୍ତି ଗୁରୁତର ରୋଗୀ। ବର୍ଷା ପାଣିରେ ରାସ୍ତା ବୁଡ଼ି ଯାଇଥିବାରୁ ଆମ୍ବୁଲାନ୍ସ ଯାଇ ନପାରି ଅଟକି ରହିଛି। ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁସୁଡି ପଡ଼ିବାରୁ ପଡିଆ ବ୍ଲକ କେରିଆଗୁଡ଼ା ଗାଁର ରାମେ ପଡ଼ିଆମି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆମ୍ୱୁଲାନ୍ସରେ ପଡ଼ିଆ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର କାଙ୍କେରକୋଣ୍ଡା […]

malkangire-rain

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 06:37 PM IST

ମାଲକାନଗିରି: ବର୍ଷା ବିତ୍ପାତରେ ମାଲକାନଗିରି ଜିଲ୍ଲା ବେହାଲ ହୋଇଛି। ମାଓ ପ୍ରବଣ ଏହି ଜିଲ୍ଲାର ଅଧିକାଂଶ ସ୍ଥାନକୁ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ମେଡିକାଲରେ ପହଞ୍ଚି ପାରୁନାହାନ୍ତି ଗୁରୁତର ରୋଗୀ। ବର୍ଷା ପାଣିରେ ରାସ୍ତା ବୁଡ଼ି ଯାଇଥିବାରୁ ଆମ୍ବୁଲାନ୍ସ ଯାଇ ନପାରି ଅଟକି ରହିଛି।

ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁସୁଡି ପଡ଼ିବାରୁ ପଡିଆ ବ୍ଲକ କେରିଆଗୁଡ଼ା ଗାଁର ରାମେ ପଡ଼ିଆମି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆମ୍ୱୁଲାନ୍ସରେ ପଡ଼ିଆ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର କାଙ୍କେରକୋଣ୍ଡା ନିକଟରେ ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ୧୦୮ ଆମ୍ୱୁଲାନ୍ସ ଯାଇପାରିନଥିଲା। ଆମ୍ୱୁଲାନ୍ସ ଭିତରେ ରୋଗୀ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ବାହାରେ ବନ୍ୟା ପାଣି ତାଣ୍ଡବ ରଚିଛି। ଏପରି ସ୍ଥିତିରେ କେବଳ ଭଗବାନ ସାହା ଭରସା।

କାଲିମେଳା ମୋଟୁର ଏମଭି-୯୦, ଏମଭି ୯୬ ଓ ମହାରାଜପାଲ୍ଲୀ ନିକଟ ପୋଲରେ ପ୍ରାୟ ୫ଫୁଟ ଉଚ୍ଚରେ ପାଣି ଯାଉଛି।  ମଲକାନଗିରି ଜିଲ୍ଲାରେ ଏବେବି ଲଗାଣ ବର୍ଷା ଜାରି ରହିଥିବାରୁ ଅନ୍ୟ ନଦୀର ମଧ୍ୟ ଜଳସ୍ତର ବଢିବାରେ ଲାଗିଛି।

Related story