ମାଲକାନଗିରି: ଦଣ୍ଡକାରଣ୍ୟ ଜୋନରେ ମାଓବାଦୀଙ୍କ ବନ୍ଦ ଡାକରା, ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଦେଲେ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଚାଲିଥିବା ମାଓ ଦମନ ଅଭିଯାନ ବିରୋଧରେ ଆଜି ଦଣ୍ଡକାରଣ୍ୟ ଜୋନରେ ବନ୍ଦ ଡାକରା ଦେଇଛି ଲାଲବାହିନୀ। ଏହାର ପ୍ରଭାବ ଦେଖିବାକୁ ମିଳିଛି ଛତିଶଗଡ ସୀମାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଛି ପଞ୍ଚାୟତରେ। ମହୁପଦର, ସାଲିମି, କର୍ତ୍ତନପାଲି, କୁମରପାଲି ଅଂଚଳରେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ରାସ୍ତା କାଟି ଦେଇଛନ୍ତି। ତା’ ସହିତ ଅନେକ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି। ମାଓବାଦୀମାନେ ରାସ୍ତା ଖୋଳି ଦେଇଥିବା ଯୋଗୁଁ ୬ଟି ପଞ୍ଚାୟତକୁ ଗମନାଗମନ ପ୍ରଭାବିତ […]

malkangiri

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 02:49 PM IST

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଚାଲିଥିବା ମାଓ ଦମନ ଅଭିଯାନ ବିରୋଧରେ ଆଜି ଦଣ୍ଡକାରଣ୍ୟ ଜୋନରେ ବନ୍ଦ ଡାକରା ଦେଇଛି ଲାଲବାହିନୀ। ଏହାର ପ୍ରଭାବ ଦେଖିବାକୁ ମିଳିଛି ଛତିଶଗଡ ସୀମାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଛି ପଞ୍ଚାୟତରେ। ମହୁପଦର, ସାଲିମି, କର୍ତ୍ତନପାଲି, କୁମରପାଲି ଅଂଚଳରେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ରାସ୍ତା କାଟି ଦେଇଛନ୍ତି। ତା’ ସହିତ ଅନେକ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି। ମାଓବାଦୀମାନେ ରାସ୍ତା ଖୋଳି ଦେଇଥିବା ଯୋଗୁଁ ୬ଟି ପଞ୍ଚାୟତକୁ ଗମନାଗମନ ପ୍ରଭାବିତ ହୋଇଛି। ଏହାସହ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଥିବା ଜଣାପଡିଛି। ପୋଷ୍ଟରରେ ଅପରେସନ୍ ରେଡହଣ୍ଟ ଏବଂ ଆକାଶମାର୍ଗରୁ ହେବାକୁ ଥିବା ଆକ୍ରମଣକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା ଦର୍ଶାଯାଇଛି। ଦରଭା ଡିଭିଜନ ମାଓ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଉଲ୍ଲେଖ ରହିଛି। ସେପଟେ ଏହି ବନ୍ଦକୁ ଦେଖି ଜିଲ୍ଲାରେ କଡ଼ା ସୁରକ୍ଷ୍ୟ ବ୍ୟବସ୍ଥା ଗ୍ରହଣ କରାଯିବା ସହ କମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି। ଆବଶ୍ୟକ ହେଲେ ଛତିଶଗଡ ସରକାର ସହ ଆଲୋଚନା କରି ଜୋରଦାର ଜଏଣ୍ଟ ଅପରେସନ୍ କରାଯିବ ବୋଲି କହିଛନ୍ତି ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର।

Related story