ସତର୍କ କଲା ଗୋଇନ୍ଦା ବିଭାଗ; ଗୁରୁପ୍ରିୟାକୁ ଉଡ଼ାଇଦେବେ ମାଓବାଦୀ!

ମାଲକାନଗିରି (ଓଡ଼ିଶା ରିପୋର୍ଟର): ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଗୁରୁପ୍ରିୟା ସେତୁକୁ ମାଓବାଦୀଙ୍କ ଭୟ। ଶେଷ ପର୍ଯ୍ୟାୟରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ସେତୁକୁ ଲାଲବାହିନୀ ବିସ୍ଫୋରଣ କରି ଉଡ଼ାଇ ଦେବାର ଆଶଙ୍କା ରହିଛି। ସେଥିପାଇଁ ବିଏସ୍‌ଏଫ୍‌ ପକ୍ଷରୁ ଏଠାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଆରମ୍ଭ ହୋଇଛି। ତା’ସହିତ ଏହା ଉପରେ ନଜର ରଖିବାକୁ ପ୍ରଶାସନ ପକ୍ଷରୁ ସିସିଟିଭି ଓ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଉଛି। ଏହି ସେତୁ ଉଦ୍‌ଘାଟନ ହେଲେ ବିଚ୍ଛିନ୍ନାଞ୍ଚଳର ପ୍ରାୟ ୩୦ ହଜାର ଲୋକେ ଉପକୃତ […]

gurupriya in danger zone

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 08:59 PM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଗୁରୁପ୍ରିୟା ସେତୁକୁ ମାଓବାଦୀଙ୍କ ଭୟ। ଶେଷ ପର୍ଯ୍ୟାୟରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ସେତୁକୁ ଲାଲବାହିନୀ ବିସ୍ଫୋରଣ କରି ଉଡ଼ାଇ ଦେବାର ଆଶଙ୍କା ରହିଛି। ସେଥିପାଇଁ ବିଏସ୍‌ଏଫ୍‌ ପକ୍ଷରୁ ଏଠାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଆରମ୍ଭ ହୋଇଛି। ତା’ସହିତ ଏହା ଉପରେ ନଜର ରଖିବାକୁ ପ୍ରଶାସନ ପକ୍ଷରୁ ସିସିଟିଭି ଓ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଉଛି। ଏହି ସେତୁ ଉଦ୍‌ଘାଟନ ହେଲେ ବିଚ୍ଛିନ୍ନାଞ୍ଚଳର ପ୍ରାୟ ୩୦ ହଜାର ଲୋକେ ଉପକୃତ ହେବେ।

ଆଉ ମାତ୍ର ଦିନ କେଇଟାକୁ ଅପେକ୍ଷା। ଶେଷ ପର୍ଯ୍ୟାୟରେ ଗୁରୁପ୍ରିୟା ସେତୁର ନିର୍ମାଣ କାମ। ଜଳବନ୍ଦୀ ଜୀବନରୁ ମୁକ୍ତି ପାଇବେ ମାଲକାନଗିରି ବିଛିନ୍ନାଞ୍ଚଳର ୯ଟି ପଞ୍ଚାୟତବାସୀ। ବିଛିନ୍ନାଞ୍ଚଳର ଲାଇଫ ଲାଇନ୍ କୁହାଯାଉଥିବା ଗୁରୁପ୍ରିୟା ସେତୁର ସ୍ଲାବ କାମ ସରି ଗଲାଣି। ଶୀଘ୍ର ବଳକା କଂକ୍ରିଟ କାମ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ। ପ୍ରାୟ ୧୫ ଦିନ ପରେ ବ୍ରିଜ୍ ଉପରେ ଚାଲିବ ଗାଡି ମୋଟର। ଏପଟେ କାମ ସରିବାକୁ ବସିଥିବା ବେଳେ ସେତୁ ପ୍ରତି ବଢ଼ିଛି ବିପଦ। ଲାଲ୍‌ବାହିନୀ ସେତୁରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ବିଏସ୍ଏଫ୍ ପକ୍ଷରୁ ଏଠାରେ ୨୪ ଘଣ୍ଟିଆ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Related story