ମାଲକାନଗିରି ଜେଲ୍‌ରେ ଜଣେ କଏଦୀଙ୍କ ଆତ୍ମହତ୍ୟା

ମାଲକାନଗିରି: ମାଲକାନଗିରି ସବ୍‌ ଜେଲ୍‌ରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତା ନାଁ ମୁକା ପଡ଼ିଆମୀ। ଦୁଇ ମାସ ତଳେ ମାଓବାଦୀ ଅଭିଯୋଗରେ ମାଲକାନଗିରି ପୋଲିସ ତାକୁ ଗିରଫ କରିଥିଲା। ଆଜି ସକାଳେ ମୁକାଙ୍କୁ ଝୁଲନ୍ତା ମୃତଦେହକୁ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା। ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। ମୁକାର ଘର କାଲିମେଳା ଥାନା ଅନ୍ତର୍ଗତ ବଡ଼ିଘାଟାରେ। ସେ କାଲିମେଳା ଦଳମ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲା। ଶବ ବ୍ୟବଚ୍ଛେଦ […]

Malkangiri

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 03:23 PM IST

ମାଲକାନଗିରି: ମାଲକାନଗିରି ସବ୍‌ ଜେଲ୍‌ରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତା ନାଁ ମୁକା ପଡ଼ିଆମୀ। ଦୁଇ ମାସ ତଳେ ମାଓବାଦୀ ଅଭିଯୋଗରେ ମାଲକାନଗିରି ପୋଲିସ ତାକୁ ଗିରଫ କରିଥିଲା।

ଆଜି ସକାଳେ ମୁକାଙ୍କୁ ଝୁଲନ୍ତା ମୃତଦେହକୁ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା। ସେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ।

ମୁକାର ଘର କାଲିମେଳା ଥାନା ଅନ୍ତର୍ଗତ ବଡ଼ିଘାଟାରେ। ସେ କାଲିମେଳା ଦଳମ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲା।

ଶବ ବ୍ୟବଚ୍ଛେଦ ପରେ ତା’ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୋଲିସ୍ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ସ୍ଥାନୀୟ ଆଇଆଇସି କହିଛନ୍ତି।

Related story