ମାଓବାଦୀ ନେଲେ ଆଉ ଏକ ଜୀବନ, ଘରୁ ଡାକି ନେଇ ଗଳା କାଟି ଦେଲେ

ମାଲକାନଗିରି: ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ପୁଣି ଜଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ଦେବା ମାଡ଼କାମୀ। ତାଙ୍କ ଘର ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ତମଗୁଡ଼ା ଗାଁରେ। ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉକ୍ତ ଗାଁରେ ଭୟର ବାତାବରଣ ଖେଳିଯାଇଛି। ମାଲକାନଗିରି ଜିଲ୍ଲା କାଲିମେଳା କୁରୁବ ଜଙ୍ଗଲରେ ଡିଭିଏଫ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସର୍ଚ୍ଚ ଅପରେସନ ଚାଲିବା ବେଳେ ମାଓବାଦୀଙ୍କ ସହ […]

maoist

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 10:39 PM IST

ମାଲକାନଗିରି: ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ପୁଣି ଜଣଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ଦେବା ମାଡ଼କାମୀ। ତାଙ୍କ ଘର ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ତମଗୁଡ଼ା ଗାଁରେ। ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉକ୍ତ ଗାଁରେ ଭୟର ବାତାବରଣ ଖେଳିଯାଇଛି।

ମାଲକାନଗିରି ଜିଲ୍ଲା କାଲିମେଳା କୁରୁବ ଜଙ୍ଗଲରେ ଡିଭିଏଫ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସର୍ଚ୍ଚ ଅପରେସନ ଚାଲିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା।

Related story