ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲ୍ଲା ତାଲିକାରେ ତୃତୀୟରେ ମାଲକାନଗିରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲ୍ଲା ତାଲିକାରେ ତୃତୀୟ ସ୍ଥାନରେ ରହିଛି ମାଲକାନଗିରି। ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାର ୩ୟ ସ୍ଥାନରେ ମାଲକାନଗିରି ଜିଲ୍ଲା ରହିଛି। ତୃତୀୟ ସ୍ଥାନରେ ମାଲକାନଗିରି ଜିଲ୍ଲା ଥିବା ବେଳେ ପ୍ରଥମରେ ଆସାମର ଉଦଲଗିରି, ଦ୍ୱିତୀୟରେ କର୍ଣ୍ଣାଟକର ୟାଦଗିର୍‌, ଚତୁର୍ଥରେ ଛତିଶଗଡ଼ର ସୁକମା ଓ ପଞ୍ଚାମ ସ୍ଥାନରେ ବିହାରର ପୂର୍ଣ୍ଣିଆ ଜିଲ୍ଲା ରହିଛି। Investment in infrastructure continues to enhance the #EaseOfLiving for citizens!🏗️ Presenting […]

Malkangiri

Manoranjan Sial
  • Published: Wednesday, 13 April 2022
  • , Updated: 13 April 2022, 05:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲ୍ଲା ତାଲିକାରେ ତୃତୀୟ ସ୍ଥାନରେ ରହିଛି ମାଲକାନଗିରି। ନିତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାର ୩ୟ ସ୍ଥାନରେ ମାଲକାନଗିରି ଜିଲ୍ଲା ରହିଛି। ତୃତୀୟ ସ୍ଥାନରେ ମାଲକାନଗିରି ଜିଲ୍ଲା ଥିବା ବେଳେ ପ୍ରଥମରେ ଆସାମର ଉଦଲଗିରି, ଦ୍ୱିତୀୟରେ କର୍ଣ୍ଣାଟକର ୟାଦଗିର୍‌, ଚତୁର୍ଥରେ ଛତିଶଗଡ଼ର ସୁକମା ଓ ପଞ୍ଚାମ ସ୍ଥାନରେ ବିହାରର ପୂର୍ଣ୍ଣିଆ ଜିଲ୍ଲା ରହିଛି।

https://twitter.com/NITIAayog/status/1514186950840061954?s=20&t=Vg9aHux5RrhF9xqX7Anz1w

ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ ଦେବା ପାଇଁ କେନ୍ଦ୍ର ସରକାର ୨୦୧୮ ମସିହା ଜାନୁଆରୀ ମାସରୁ ଆରମ୍ଭ କରିଥିଲେ ‘ଆକାଂକ୍ଷୀ ଜିଲ୍ଲା’ କାର୍ଯ୍ୟକ୍ରମ। ଏଥିରେ ସମଗ୍ର ଦେଶର ମୋଟ୍‌ ୧୧୫ଟି ପଛୁଆ ଜିଲ୍ଲାକୁ ନିଆଯାଇଥିଲା। ସେଥିରେ ଓଡ଼ିଶାରୁ ୧୦ଟି ଜିଲ୍ଲା ରହିଛି।

ଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନିୟୋଜିତ କରାଯାଇଛି। ସେମାନେ ମଝିରେ ମଝି ଜିଲ୍ଲା ଗସ୍ତ କରି କେମିତି କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଉଛି, ତାହା ଉପରେ ସମୀକ୍ଷା କରୁଛନ୍ତି। ଗତକାଲି କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ସଞ୍ଜିବ କୁମାର ବାଲ୍ୟାନ୍ କୋରାପୁଟ ଜିଲ୍ଲା ଗସ୍ତ କରି ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଗସ୍ତରେ ଆସିଛନ୍ତି।

ଠିକ୍‌ ସେହିପରି ମାଲକାନଗିରି ଜିଲ୍ଲାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଆସିବାର କାର୍ଯ୍ୟକ୍ରମ ରହିଛି। କଳାହାଣ୍ଡିକୁ ଆସିବେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବଲାଙ୍ଗିର ଆସିବେ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି, ନବରଙ୍ଗପୁର ଆସିବେ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରଣ୍ଡାଲଜେ, କନ୍ଧମାଳ ଆସିବେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର,  ରାୟଗଡ଼ା ଆସିବେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ, ନୂଆପଡ଼ା ଆସିବେ ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ସତ୍ୟ ପାଲ ସିଂ ବାଘେଲ, ଗଜପତି ଜିଲ୍ଲାକୁ ଆସିବେ ଶିଳ୍ପ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ।

Related story